ଗୋଟିଏ କଲରେ ଘରେ ପହଁଚିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌, ଏସବିଆଇ ଗ୍ରାହକଙ୍କ ପାଇଁ ଆରମ୍ଭ ହୋଇଛି ଏହି ଖାସ୍‌ ସର୍ଭିସ୍‌

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିିକି ପ୍ରତ୍ୟେକ ଛୋଟ ମୋଟ କାମ ପାଇଁ ଗ୍ରାହକଙ୍କୁ ଏଟିଏମ୍ କିମ୍ବା ବ୍ୟାଙ୍କ ଯିବାକୁ ପଡିବ ନାହିଁ, ବରଂ ବ୍ୟାଙ୍କ ନିଜେ ଆପଣଙ୍କ ପାଖରେ ପହଁଚିବ। ହଁ, ଆଜ୍ଞା ଦର୍ଶକବନ୍ଧୁ ଏସବିଆଇ ତାର ଏହି ସେବାକୁ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଭାବରେ ନାମିତ କରିଛି। ତେବେ ଏହି ସେବାରେ ଏସବିଆଇ କିଛି ସର୍ତ୍ତ ରଖିଛି। ଆସନ୍ତୁ ଜାଣିବା ଏହି ସର୍ଭିସ ବିଷୟରେ।

ଡୋର ଷ୍ଟେପ ବ୍ୟାକିଙ୍ଗ୍‌ ସେବା ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେସନ୍‌ କରିବାକୁ ହେବ। ଏସବିଆଇର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଡୋର ଷ୍ଟେମ ବ୍ୟାକିଙ୍ଗ୍‌ ସେବା ପାଇଁ ଆପଣଙ୍କୁ ପ୍ରଥମେ ନିଜ ହୋମ୍‌ ବ୍ରାଞ୍ଚରେ ରେଜିଷ୍ଟ୍ରେସନ୍‌ କରିବାକୁ ହେବ। ଏହା ମାତ୍ର କିଛି ମିନିଟର ପ୍ରକ୍ରିୟା, ଯାହାକୁ କେବଳ ଥରେ କରିବାକୁ ହେବ। ରେଜିଷ୍ଟ୍ରେସନ୍‌ ହେବା ପରେ ଆପଣଙ୍କୁ ଏବେ ଆଉ ସବୁ ଛୋଟ ମୋଟ କାମ ପାଇଁ ବ୍ୟାଙ୍କର ଚକ୍କର କାଟିବାକୁ ପଡିବନାହିଁ। ଆପଣ ଘରେ ବସି ବସି ହିଁ ଆପଣଙ୍କ ଆକାଉଣ୍ଟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କିମ୍ବା ଓ୍ଵିଥଡ୍ରଆଲ କରିପାରିବେ। ଅର୍ଥାତ୍‌ କେବଳ ଗୋଟିଏ କଲ୍ ରେ ବ୍ୟାଙ୍କ ନିଜେ ଆପଣଙ୍କ ଦ୍ୱାରକୁ ଆସିବ | କେବଳ ଏତିକି ନୁହେଁ, ଡୋର ଷ୍ଟେପ ବ୍ୟାଙ୍କିଙ୍ଗରେ ଗ୍ରାହକମାନେ ଚେକବୁକ୍, ଲାଇଫ୍ ସାର୍ଟିଫିକେଟ୍, ଡିମାଣ୍ଡ ଡ୍ରାଫ୍ଟ କିମ୍ବା ଜମା କରିବା ଭଳି ସୁବିଧା ମଧ୍ୟ ପାଇପାରିବେ।

ପୂରଣ କରିବାକୁ ପଡିବ ଏହି ତିନୋଟି ସର୍ତ୍ତ

1. ଡୋର ଷ୍ଟେପ ବ୍ୟାଙ୍କିଙ୍ଗ୍ ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କର ମୋବାଇଲ୍ ନମ୍ବର ଆପଣଙ୍କ ଆକାଉଣ୍ଟ ସହ ରେଜିଷ୍ଟର ହୋଇଥିବା ଜରୁରୀ।

2. ଦୃଷ୍ଟିହୀନ ବ୍ୟକ୍ତି ଏବଂ ଭିନ୍ନକ୍ଷମଙ୍କ ସମେତ ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ SBIର ଏହି ସୁବିଧା ଉପଲବ୍ଧ। ଅବଶ୍ୟ, ଏହି ଲୋକଙ୍କୁ ପ୍ରଥମେ ସେମାନଙ୍କ ଖାତାର KYC କରିବାକୁ ପଡିବ, ତେବେ ଯାଇ ସେମାନେ ଏହା ପାଇଁ ଯୋଗ୍ୟ ପାତ୍ର ହୋଇପାରିବେ।

3. ହୋମ ବ୍ରାଞ୍ଚ ଠାରୁ ୫ କିଲୋମିଟର ଦୂରତା ମଧ୍ୟରେ ରହୁଥିବା ଗ୍ରାହକମାନେ ଏହି ସୁବିଧାର ଲାଭ ପାଇପାରିବେ ନାହିଁ।

ଟୋଲ୍ ଫ୍ରି ନମ୍ବରକୁ କଲ୍ କରନ୍ତୁ

SBI ର ଏହି ସୁବିଧା ପାଇଁ ଆପଣ ଟୋଲ୍ ଫ୍ରି ନମ୍ବର 1800-1037-188 ଏବଂ 1800-1213-721 ସହ ଯୋଗାଯୋଗ କରିପାରିବେ। ଏଥିସହିତ ଆପଣ https://bank.sbi/dsb ଲିଙ୍କ୍ ମାଧ୍ୟମରେ ଏହି ବିଷୟରେ ଅଧିକ ସୂଚନା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.