ଅଫିସ କମ୍ପ୍ୟୁଟରରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ ଭୟଙ୍କର ହୋଇପାରେ ପରିଣାମ

ଆଜିକା ସମୟରେ ପ୍ରାୟ ସମସ୍ତ ଅଫିସରେ କମ୍ପ୍ୟୁଟର କିମ୍ବା ଲାପଟପ ବ୍ୟବହାର ହେଉଛି । ଏମିତି କହିବାକୁ ଗଲେ ବିନା ଲାପଟପରେ ଯେମିତି କିଛି ବି କାମ ହେଉନି । ଏହାର ସବୁଠୁ ବଡ ଲାଭ ହେଉଛିକି ବିନା କୌଣସି କଷ୍ଟରେ ଖୁବ ସହଜରେ ସବୁ କାମ ହୋଇଯାଉଛି । ଏବେ ଆପଣ କୌଣସି ବି ଅଫିସ କିମ୍ବା କମ୍ପାନୀକୁ ଗଲେ ଆପଣଙ୍କୁ ପ୍ରଥମେ ପ୍ରଶ୍ନ କରାଯିବ । ଆପଣ କମ୍ପ୍ୟୁଟରରେ କାମ କରିବା ଜାଣିଛନ୍ତି ନା ନାହିଁ । ଯେଉଁ ମାନଙ୍କୁ ନ ଆସିଥାଏ ସେହି ମାନଙ୍କୁ ଟିକିଏ କମ ପ୍ରାଥମିକତା ଦିଆଯାଇଥାଏ । ଏମିତି ଲୋକଙ୍କର ଚାକିରୀ କ୍ଷେତ୍ରରେ ଆଗକୁ ବଢ଼ିବାରେ ବି କମ ସମ୍ଭାବନା ଥାଏ । ସତ କହିବାକୁ ଗଲେ କମ୍ପ୍ୟୁଟର ଆଜି କାଲିକା ଲୋକଙ୍କର ଯେମିତି ସବୁଠୁ ବଡ ପ୍ରାଥମିକତା ପାଲଟି ଯାଇଛି । ଯଦି ଆପଣ ଅଫିସରେ ବସି କାମ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ରୂପେ ଲାଭଦାୟୀ ରହିବ । କିଛି ଲୋକ ଅଫିସ କମ୍ୟୁଟରକୁ ନିଜ ବ୍ୟକ୍ତିଗତ ସିଷ୍ଟମ ଭାବିବାକୁ ଲାଗନ୍ତି ।

  • ଆଉ ନିଜର କୌଣସି ଡକ୍ୟୁମେଣ୍ଟ କିମ୍ବା ଫାଇଲ ଗୁଡିକୁ ବିନା ଚିନ୍ତାରେ ସେଭ କରିଦିଅନ୍ତି । ଯଦି ଆପଣ ବି ଏମିତି କରୁଛନ୍ତି ତାହେଲେ ଏହି ଅଭ୍ୟାସ ଛାଡି ଦିଅନ୍ତୁ । କାରଣ କେବେ ବି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହୋଇଯାଇପାରେ ।
  • ଅଫିସ କମ୍ପ୍ୟୁଟରରୁ ଅନଲାଇନରେ ଏମିତି କିଛି ବି ସର୍ଚ୍ଚ କରନ୍ତୁ ନାହିଁ ଯାହା ଆପଣଙ୍କ କାମରେ ନ ଆସୁଥିବ । କାରଣ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କ ଉପରେ ନଜର ରଖିବା ପାଇଁ ଲୋକଙ୍କୁ ନିୟୋଜିତ କରିଥାନ୍ତି । ତେଣୁ ସେମାନଙ୍କ ଏମ୍ପ୍ଲୟୀ ମାନେ କଣ କରୁଛନ୍ତି କଣ ନାହିଁ ସେବାବଦରେ ତାଙ୍କ ପାଖରେ ସବୁ ତଥ୍ୟ ଥାଏ । ଯଦି ଗୁଗୁଲରେ କିଛି ବି ସର୍ଚ୍ଚ କରୁଛନ୍ତି ତେବେ ପରସନାଲ ଲାପଟପରୁ କରନ୍ତୁ ।
  • ଅଫିସିଆଲ ଗ୍ରୁପରେ କେବେ ବି ବ୍ୟକ୍ତିଗତ ମେସେଜ କରନ୍ତୁ ନାହିଁ । କେବଳ କାମ ସମ୍ବନ୍ଧୀୟ ମେସେଜ ହିଁ କରନ୍ତୁ । ନଚେତ ବ୍ୟକ୍ତିଗତ ମେସେଜରେ ରିପ୍ଲାଏ କରନ୍ତୁ ।
  • ସବୁଠୁ ଜରୁରୀ କଥା ହେଉଛି ଅଫିସ କମ୍ପ୍ୟୁଟରରୁ କୌଣସି ଅନଲାଇନ ସପିଙ୍ଗ କରନ୍ତୁ ନାହିଁ । ତେଣୁ ଅଫିସରେ କେବଳ ଅଫିସ କାମ କରିବା ହିଁ ଭଲ ।
  • ଅଫିସ କମ୍ପ୍ୟୁଟରରୁ କେବେ ବି ଅନ୍ୟ ଏକ ଜବ ପାଇଁ ସର୍ଚ୍ଚ କରନ୍ତୁ ନାହିଁ । ଏଥିପାଇଁ ବି ବ୍ୟକ୍ତିଗତ କମ୍ପ୍ୟୁଟର ବ୍ୟବହାର କରିବା ହିଁ ଶ୍ରେୟସ୍କର ।
  • ଅଫିସ ସମୟରେ ଅନ୍ୟ କୌଣସି ଜିନିଷ ସର୍ଚ୍ଚ କଲେ ଆମ ଧ୍ୟାନ ଭଟକି ଯାଇଥାଏ । କାମ ଠିକ ଭାବରେ ନ ହୋଇପାରୁ ଆମ ଉପର ଅଫିସର ମାନେ ଅଶାନ୍ତି ହୁଅନ୍ତି । ତେଣୁ ଅଫିସ ସମୟରେ ନିଜ କାମ ପ୍ରତି ହିଁ ଧ୍ୟାନ ଦିଅନ୍ତୁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.