Below header

ସକାଳୁ ଧିମା ଚାଲୁଛି ଏସବିଆଇ ‘ୟୋନୋ’ ଆପ୍, ହୋଇପାରୁନି ନେଟ୍ ବ୍ୟାଙ୍କିଙ୍ଗ୍, ୟୁଜର୍ସ ନିରାଶ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ର ମୋବାଇଲ୍ ଆପ୍ ‘ୟୋନୋ’ ଏବଂ ୱେବ୍ ପୋର୍ଟାଲ ଦୁଇଟି ଯାକ ସୋମବାର ସକାଳୁ ହିଁ ଧିମା ଚାଲୁଛି। ଏଥିଯୋଗୁ କେତେଜଣ ଉପଭୋକ୍ତା ନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ଆପ୍ ଏବଂ ପୋର୍ଟାଲରେ ଲଗ୍ ଇନ୍ କରିପାରୁ ନାହାନ୍ତି। ଏସବିଆଇର ୟୋନୋ ଆପ୍ ଡିଜିଟାଲ ସେବା ପ୍ରଦାନ କରିଥାଏ। ଏହା କେବଳ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ସପୋର୍ଟ କରୁଥିବା ମୋବାଇଲ୍ ଫୋନରେ ଚାଲିଥାଏ। ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ସକାଳୁ ଏ ପର୍ଯ୍ୟନ୍ତ ନେଟ୍ ବ୍ୟାଙ୍କିଙ୍ଗ୍ ସେବାକୁ ବ୍ୟବହାର କରିପାରି ନାହାନ୍ତି।

ଏହାସହ ପଢ଼ନ୍ତୁ: ITR ଫାଇଲ୍ କରିବାର ଶେଷ ତାରିଖ ପାଖେଇ ଆସିଲାଣି, ଜାଣି ନିଅନ୍ତୁ ଆପଣଙ୍କ ପ୍ୟାନ୍ କାର୍ଡ ରଦ୍ଦ ହୋଇନି ତ?

ଏହି ସମସ୍ୟାକୁ ନେଇ ବ୍ୟାଙ୍କ ଉପଭୋକ୍ତାମାନେ ସୋସିଆଲ ନେଟବ୍ୟାଙ୍କିଙ୍ଗ୍ ୱେବସାଇଟ୍ ଟୁଇଟରର ମଧ୍ୟ ସହାୟତା ନେଇଛନ୍ତି। ହେଲେ ସେପଟେ ଏସବିଆଇ ତରଫରୁ କୌଣସି ଅଧିକାରୀ ଏ ନେଇ କିଛି ପ୍ରତିକ୍ରିୟା ରଖିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.