ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଭୋଡାଫୋନ ଆଣିଲା ନୂଆ ପ୍ଲାନ, ଜାଣନ୍ତୁ କଣ ରହିଛି ଫାଇଦା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଜିଓର ପ୍ରବେଶ ପରେ ଅନ୍ୟାନ୍ୟ ଟେଲିକମ କମ୍ପାନୀମାନେ ଜିଓ ସହିତ ପ୍ରତିଦ୍ବିନ୍ଦ୍ବିତା କରି ବିଭିନ୍ନ ଲୋଭନିୟ ଅଫର ଦେଉଛନ୍ତି। ଗ୍ରାହକ ମାନଙ୍କୁ ବାନ୍ଧି ରଖିବା ପାଇଁ ନୂଆ ନୂଆ ପ୍ଲାନ ମଧ୍ୟ ଘୋଷଣା କରୁଛନ୍ତି। ଏହି ରେସରେ ଭୋଡାଫୋନ ମଧ୍ୟ ପଛରେ ପଡିନାହିଁ। ଏବେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଯାଇ ଘୋଷଣା କରିଛି ୨୨୯ ଟଙ୍କିଆ ପ୍ଲାନ। ଏହି ପ୍ଲାନ ଆକ୍ଟିଭ କରିବା ପରେ ଜଣେ ଗ୍ରାହକ ପ୍ରତିଦିନ ୨ ଜିବି ପର୍ଯ୍ୟନ୍ତ ଡାଟା ପାଇବେ ଯାହାର ବୈଧତା ୨୮ ଦିନ ରହିବ।

ଆହୁରି ପଢନ୍ତୁ : ୧୫୬ କିଲୋମଟର ମାଇଲେଜ ଦେଉଥିବା ବାଇକ ଅଗଷ୍ଟ ୭ରେ ହେବାକୁ ଯାଉଛି ଲଞ୍ଚ

ଏହାବ୍ୟତିତ ବ୍ୟବହାରକାରୀ ଅସୀମିତ ଲୋକାଲ, ଏସଟିଡି କଲ ସହ ପ୍ରତିଦିନ ୧୦୦ଟି ଏସଏମଏସର ଲାଭ ଉଠାଇ ପାରିବ। ଏହି ପ୍ଲାନ ଅନୁସାରେ ଜଣେ ବ୍ୟକ୍ତି ଭୋଡାଫୋନ ଆପକୁ ଯାଇ ଲାଇଭ ଟିଭିର ମଧ୍ୟ ଲାଭ ଉଠାଇପାରିବ । ସେହିପରି ଭୋଡାଫୋନ ୧୩୯ ପ୍ଲାନରେ ମଧ୍ୟ ପରିବର୍ତ୍ତନ ଆଣିଛି ।ଏହି ପ୍ଳାନର ବୈଧତା ୨୮ ଦିନ ଥିବାବେଳେ ଏହି ପ୍ଲାନରେ ପୂର୍ବରୁ ୨ ଜିବି ଡାଟା ପ୍ରତିଦିନ ମିଳୁଥିଲା । କିନ୍ତୁ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି । ଏବେ ଗ୍ରାହକଙ୍କୁ ଅନଲିମିଟେଡ଼ କଲ ସହ ଟୋଟାଲ ୩ ଜିବି ଡାଟା ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.