Below header

ଯଦି ଖେଳୁଛନ୍ତି PUBG ତାହେଲେ ହୋଇଯାଆନ୍ତୁ ସାବଧାନ ,ଆପଣ ବି ହୋଇପାରନ୍ତି ଏହି ସବୁ ରୋଗର ଶିକାର

‘ଯେତେବେଳେ ମୁଁ ଫ୍ରି ହୁଏ ସେତେବେଳେ PUBG ଖେଳେ ,ଯେତେବେଳେ ମୁଁ ବ୍ୟସ୍ତ ରୁହେ ସେତେବେଳେ ମଧ୍ୟ PUBG ଖେଳେ,’ଏହା କହିଛନ୍ତି ଜଣେ PUBG ଖେଳାଳି । ଆପଣ ଟ୍ରେନ କିମ୍ବା ବସରେ ଯାତ୍ରା କରିବା ସମୟରେ ନିଶ୍ଚୟ କୌଣସି ନା କୌଣସି ସ୍ଥାନରେ ମୋବାଇଲରେ PUBG ଖେଳୁଥିବା ଲୋକ ଆପଣଙ୍କୁ ମିଳିଯିବେ। PUBG ଖେଳିବା ଚକ୍କର ରେ ଭାରତରେ ବହୁତ ଲୋକଙ୍କର ଜୀବନ ମଧ୍ୟ ଯାଇଛି ଏବଂ ଅନ୍ୟ କିଛି ଲୋକ ନିଜ ଘରୁ ଚୋରି ମଧ୍ୟ କରିଛନ୍ତି । କିଛିଦିନ ତଳେ ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଜଣେ ବାଳକ ନିଜ ବଡଭାଇଙ୍କୁ କେବଳ ଏଥିପାଇଁ ହତ୍ୟା କରିଦେଇଥିଲା କାରଣ ସେ ତାକୁ PUBG ଖେଳିବା ପାଇଁ ବାରଣ କରୁଥିଲେ। ଏହିଭଳି ଅନେକ ଘଟଣା ଆପଣଙ୍କୁ ମିଳିଯିବ ଯାହା ଆପଣଙ୍କୁ ଏହା ଭାବିବା ପାଇଁ ବାଧ୍ୟ କରିଦେବ କଣ ପ୍ରକୃତରେ PUBG ଏତେ କ୍ଷତିକାରକ ? PUBG ଦ୍ୱାରା ହୋଇଥିବା କ୍ଷତି ବିଷୟରେ ତ ଆପଣ ଅଳ୍ପ ବହୁତ ଜାଣିଥିବେ କିନ୍ତୁ ଏହା ଦ୍ୱାରା ହେଉଥିବା ରୋଗ ବିଷୟରେ କିନ୍ତୁ ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା PUBG ଦ୍ୱାରା ବ୍ୟାପୁଥିବା ଏହି ରୋଗ ଗୁଡିକ ବିଷୟରେ ..

ହିଂସା ପ୍ରବୃତ୍ତି

ଅନ୍ୟ ଭିଡିଓ ଗେମ ଭଳି PUBG ମଧ୍ୟ ଏକ ହିଂସାତ୍ମକ ଗେମ ଅଟେ ଯେଉଁଥିରେ ଜଣେ ପ୍ଲେୟାର ଅନ୍ୟ ଜଣେ ପ୍ଲେୟାରକୁ ଜୀବନରୁ ମରିଥାଏ। ଲଗାତାର ଏହି ଗେମ ଖେଳିବା ଦ୍ୱାରା ମଣିଷର ହିଂସାତ୍ମକ ଗୁଣ ବୃଦ୍ଧି ପାଇବାର ସମ୍ଭାବନା ଥାଏ ଓ କେବଳ ଏହି କାରଣ ଯୋଗୁଁ ଚୀନର ସରକାର PUBG ଗେମ କୁ ନିଜ ଦେଶରେ ବ୍ୟାନ କରି ରଖିଛନ୍ତି। ଏହି ଗେମ ଖେଳିବା ଦ୍ୱାରା ମଣିଷ ମଧ୍ୟରେ ରାଗ,ଉତ୍ତେଜନା,ହିଂସାତ୍ମକ ପ୍ରବୃତ୍ତି ଓ ହିଂସାତ୍ମକ ଚିନ୍ତାଧାରା ବୃଦ୍ଧି ପାଇଥାଏ।

ଭିଡିଓ ଗେମ ଖେଳିବାର ନିଶା

PUBG ଗେମ ଖେଳିବା କାରଣରୁ ଲୋକମାନ ସାରାଦିନ ବ୍ୟସ୍ତ ରହିଥାନ୍ତି ଏବଂ ନିଜର ଅନ୍ୟ କାମଗୁଡିକ ଉପରେ ଠିକ ଭାବେ ଧ୍ୟାନ ଦେଇପାରନ୍ତି ନାହିଁ। ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନରେ ଛାଡ଼ପତ୍ରର ପ୍ରମୁଖ କାରଣ ହେଉଛି ଭିଡିଓ ଗେମ। ଭିଡିଓଗେମ ଖେଳିବାର ନିଶାରେ ଆପଣ ନିଜର ସମୟ ବରବାଦ କରିବା ସହିତ ଏକ ମିଥ୍ୟା ଜିତ ର ପ୍ରୟାସରେ ନିଜ ବାସ୍ତବିକ ଜୀବନ ଏବଂ ଦୁନିଆଠୁ ମଧ୍ୟ ଦୁରେଇ ଯାଇଥାନ୍ତି।

ବାସ୍ତବ ଦୁନିଆଠୁ ଦୂରରେ

PUBG ଖେଳିବା ସମୟରେ ଆପଣ ସେହି ପ୍ଲେୟାର୍ସ ମାନଙ୍କ ସହିତ ଚାଟିଙ୍ଗ କରିଥାନ୍ତି। ଏହାଦ୍ୱାରା ଆପଣ ନିଜ ଦୁନିଆ ଏବଂ ସମାଜଠୁ ଦୁରେଇ ଯାଇଥାନ୍ତି। ଆପଣଙ୍କୁ ଯେତେବେଳେ ବି ସମୟ ମିଳିଥାଏ ସେତେବେଳେ ଆପଣ ଗେମ ଖେଳିବାକୁ ବସିଯାଇଥାନ୍ତି। ଏହାଦ୍ୱାରା ଆପଣଙ୍କର ବାହାର ଦୁନିଆ ସହ କୌଣସିବି ସମ୍ପର୍କ ରହିନଥାଏ। ଆପଣ ଘରେ ରହିବାକୁ ପସନ୍ଦ କରିବା ସହିତ ବାହାର ଲୋକଙ୍କ ସହ ମିଶିବା ମଧ୍ୟ କମ ହୋଇଯାଇଥାଏ।

ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଗୋଟିଏ ସ୍ଥାନରେ ବସିରହି ଗେମ ଖେଳିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଆପଣ ଏହି ଗେମ ଫୋନରେ ଖେଳୁଥାନ୍ତୁ କିମ୍ବା କମ୍ପ୍ୟୁଟରରେ ଏହାର କୁପ୍ରଭାବ ଆପଣଙ୍କ ଆଖି ଉପରେ ନିଶ୍ଚିତ ରୂପେ ପଡିଥାଏ। ଏହାଦ୍ୱରା ମୁଣ୍ଡବ୍ୟଥାର ସମସ୍ୟା ମଧ୍ୟ ଦେଖାଦେଇଥାଏ ଏହା ବ୍ୟତୀତ ଆପଣଙ୍କ ପିଠିରେ ମଧ୍ୟ ଯନ୍ତ୍ରଣା ହେବାର ସମ୍ଭାବନା ଥାଏ।

ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ

୨୦୧୮ମସିହାରେ WHO ମାନସିକ ବିକୃତି ପାଇଁ ଭିଡିଓ ଗେମ ମୁଖ୍ୟ କାରଣ ବୋଲି ଦର୍ଶାଇ ଥିଲା। ଭିଡିଓ ଗେମ କାରଣରୁ ଲୋକମାନେ ଅବସାଦର ଶିକାର ହୋଇଥାନ୍ତି। ଲଗାତାର PUBG ଗେମ ଖେଳିବା ଦ୍ୱାରା ଆପଣଙ୍କ ଭିତରେ ଚିଡଚିଡାପଣ ଭଳି ସମସ୍ୟା ଦେଖାଦେଇଥାଏ ଏବଂ ଆପଣ ଏକ ଥିବାଭଳି ଅନୁଭବ କରିଥାନ୍ତି।

ନିଦ ନଆସିବାର ଅଭ୍ୟାସ

ଏହା ପଛରେ ଦୁଇଟି କାରଣ ଥାଏ। ପ୍ରଥମତଃ ଗେମ ଶେଷ ନହେବା ଯାଏଁ ଆପଣ ଶୋଇବାକୁ ଯାଆନ୍ତି ନାହିଁ ଏବଂ ଅନ୍ୟ ଏକ କାରଣ ହେଉଛି ବହୁତ ସମୟ ପର୍ଯ୍ୟନ୍ତ ସ୍କ୍ରିନକୁ ଚାହିଁ ରହିବା ଦ୍ୱାରା ମଧ୍ୟ ନିଦ ଆସିବାରେ ସମସ୍ୟା ଦେଖାଦେଇଥାଏ।

ପାଠପଢ଼ାରେ ଖରାପ ପ୍ରଦର୍ଶନ

PUBG ଖେଳିବାର ସବୁଠାରୁ ଖରାପ ପ୍ରଭାବ ପାଠପଢା ଉପରେ ପଡିଥାଏ। ଲଗାତର ଗେମ ଖେଳିବାରେ ବ୍ୟସ୍ତ ରହିବ ଦ୍ୱାରା ଆପଣଙ୍କ ପାଠପଢ଼ା ଠିକସେ ହୋଇପାରିନଥାଏ। ଫଳସ୍ୱରୂପ ପରୀକ୍ଷାର ପରିଣାମ ମଧ୍ୟ ଖରାପ ଆସିଥାଏ। ତେଣୁ ଆପଣଙ୍କୁ ଏହି ବିଷୟରେ ଚିନ୍ତାକରି PUBG ଖେଳ ବନ୍ଦ କରିବାକୁ ପଡିବ। ଆପଣ ସବୁବେଳେ ଗୋଟେ କଥା ମନେ ରଖନ୍ତୁ କି ଏହା କେବଳ ଏକ ଭିଡିଓ ଗେମ ଅଟେ ଏହାଦ୍ୱାରା ଦୁନିଆ ଶେଷ ହୋଇଯିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.