୧୫୬ କିଲୋମଟର ମାଇଲେଜ ଦେଉଥିବା ବାଇକ ଅଗଷ୍ଟ ୭ରେ ହେବାକୁ ଯାଉଛି ଲଞ୍ଚ

ଭାରତରେ ୭ ଅଗଷ୍ଟରେ ଲଞ୍ଚ ହେବାକୁ ଯାଉଛି Revolt RV400 । ଏହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସ (AI)ଦ୍ୱାରା ବନାଯାଇଥିବା ଦେଶର ପ୍ରଥମ ଇଲେକ୍ଟ୍ରିକ ମୋଟର ସାଇକଲ। ଏହି ବାଇକର ଲୁକ ଏବଂ ଫିଚର୍ସକୁ ଏହାର ବିଶେଷତ୍ୱ ବୋଲି କୁହାଯାଉଛି।

ଭାରତରେ Revolt RV400ର ଦର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଉଛି କିନ୍ତୁ ଯଦି ଏହା ଏହି ଦରରେ ଲଞ୍ଚ ହୁଏ ତାହେଲେ କଣ ଏହାକୁ ଗ୍ରାହକ କିଣିବାକୁ ପସନ୍ଦ କରିବେ? ଗୁରଗାଁଓର ଷ୍ଟାର୍ଟ-ଅପ କମ୍ପାନୀ Revolt Intellicorpର ଏହା ହେଉଛି ପ୍ରଥମ ପ୍ରଡକ୍ଟ। କମ୍ପାନୀ ୨୫ଜୁନ ଠାରୁ ଏହି ବାଇକର ପ୍ରିବୁକିଂ ଆରମ୍ଭ କରିଦେଇଛି। ଗ୍ରାହକ ଏକ ହଜାର ଟଙ୍କା ଦେଇ ଏହି ବାଇକକୁ ବୁକ କରିପାରିବେ। ଏହା କେବଳ ଦୁଇଟି କଲର ରେଡ ଓ କସ୍ମିକ ବ୍ଲାକରେ ଉପଲବ୍ଧ ରହିବ। ପ୍ରଥମେ Revolt RV400 କେବଳ ଦିଲ୍ଲୀରେ ଉପଲବ୍ଧ ହେବ ଏବଂ ଆସନ୍ତା ୪ ମାସ ମଧ୍ୟରେ ଏହା ଅହମଦାବାଦ,ହାଇଦ୍ରାବାଦ, ନାଗପୁର,ପୁନେ,ବାଙ୍ଗାଲୋର ଏବଂ ଚେନ୍ନାଇରେ ମଧ୍ୟ ଉପଲବ୍ଧ କରାଯିବ।

Revolt RV400 ଫୁଲଚାର୍ଜ ହେବା ପରେ ୧୫୬ କିମି ପର‌୍ୟ୍ୟନ୍ତ ଚାଲିବ ଏବଂ ଏହାର ଟପ ସ୍ପିଡ଼ ୮୫ କିଲୋମିଟର ପ୍ରତି ଘଣ୍ଟା ଅଟେ। ଏହି ବାଇକରେ ସବୁଠାରୁ ଖାସ କଥା ହେଉଛି ଏହା ବହୁତ ସହଜରେ ଚାର୍ଜ ହୋଇଯାଇଥାଏ। ଆପଣ ଏହାକୁ ରେଗୁଲାର ୧୫ଏମ୍ପିୟର ପ୍ଲଗ ପଏଣ୍ଟ ଦ୍ୱାରା ଚାର୍ଜ କରିପାରିବେ। ରିବୋଲ୍ଟ ପୋର୍ଟେବଲ ବ୍ୟାଟେରୀ ଚାର୍ଜର ସହିତ ଅନ ବୋର୍ଡ ଚାରଜିଙ୍ଗର ମଧ୍ୟ ସୁବିଧା ଦେଇଛି।

Revolt RV400ରେ ବହୁତ କନେକ୍ଟିଭିଟି ଫିଚର୍ସକୁ ମଧ୍ୟ ସାମିଲ କରିଛି। କେବଳ ଏତିକି ନୁହେଁ ଏଥିରେ ଚାରୋଟି ପ୍ରିଲୋଡେଡ଼ ମୋଟରସାଇକଲ ସାଉଣ୍ଡ ମଧ୍ୟ ଦିଆଯାଇଛି ଯେଉଁଥିରେ ଆପଣ ନିଜର ମନ ପସନ୍ଦର ସାଉଣ୍ଡ ସିଲେକ୍ଟ କରିପାରିବେ। ଏହା ବ୍ୟତୀତ ଏହି ବାଇକ 4G LTE ସିମ ସପୋର୍ଟେଡ଼ ଅଟେ ଯେଉଁଥିରେ ଏହାର ସବୁ ଇଣ୍ଟରନେଟ ଆଧାରିତ ଫିଚର୍ସ ଗୁଡିକ କାମ କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.