ଭାରତର ଏହି ସ୍ଥାନରେ ଆଜିବି ଚାଲୁଛି ବ୍ରିଟିଶ ସରକାରଙ୍କ ରାଜ, ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ନେବାକୁ ପଡିଥାଏ ଅନୁମତି

୧୫ ଅଗଷ୍ଟ ୧୯୪୭ମସିହାରେ ଦେଶ ସ୍ୱାଧୀନ ହୋଇଥିଲା ଏବଂ ଭାରତକୁ ଇଂରେଜ କବଳରୁ ମୁକ୍ତି ମିଳିଥିଲା । ସେବେଠୁ ଆଜି ଯାଏଁ ଦେଶର ପ୍ରତି କୋଣ ଅନୁକୋଣରେ ଭାରତ ସରକାରଙ୍କ ରାଜ ଚାଲୁଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତରେ ଆଜି ବି ଏପରି ଏକ ସ୍ଥାନ ଅଛି ଯେଉଁଠି ବ୍ରିଟିଶ ସରକାରଙ୍କ ରାଜ ଚାଲେ । ଏଠାରେ କିଛିବି କରିବା ପୂର୍ବରୁ ପ୍ରଥମେ ବ୍ରିଟିଶ ସରକାରଙ୍କ ଅନୁମତି ନେବାକୁ ପଡିଥାଏ ।

ବର୍ତ୍ତମାନ ଆପଣ ଭାବୁଥିବେ କି ଆମେ ବ୍ରିଟିଶ ଦୂତାବାସର କଥା କହୁଛୁ, ଯେଉଁଠି ଅନ୍ତଃରାଷ୍ଟ୍ରୀୟ ନିୟମ କାନୁନ ଚାଲିବା ସତ୍ତ୍ୱେ ମଧ୍ୟ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ବ୍ରିଟିଶ ସରକାରଙ୍କ ଅନୁମତି ନିଆଯାଇଥାଏ। କିନ୍ତୁ ନା, ଆମେ ସେହି ସ୍ଥାନର କଥା କହୁଛୁ ଯାହା ଭାରତ ସରକାରଙ୍କ ଅଧୀନରେ ଥାଇ ମଧ୍ୟ ନାହିଁ।

ଏପରି ଏକ ସ୍ଥାନ ଅଛି ନାଗାଲାଣ୍ଡର ରାଜଧାନୀ କୋହିମାରେ, ଯାହାକୁ ପୂରା ଦୁନିଆ ‘କୋହିମା ବାର ସିମେଟ୍ରି’ ବା କୋହିମା ଯୁଦ୍ଧ ସ୍ମାରକୀ ନାମରେ ଜାଣିଛି । ଏଠାରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ସହିଦ ହୋଇଥିବା ୨୭୦୦ ବ୍ରିଟିଶ ସୈନିକଙ୍କ କବର ମଧ୍ୟ ରହିଛି । ଏଠାରେ ଥିବା ଚିଣ୍ଡବିନ ନଦୀ କୂଳରେ ଜାପାନର ସେନା ମାନେ ଆଜାଦ ହିନ୍ଦ ଫୌଜ ସହିତ ମିସି ବ୍ରିଟିଶ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାକୁ ଇତିହାସରେ କୋହିମା ଯୁଦ୍ଧ ନାମରେ ଜଣାଯାଇଥାଏବ୍ରିଟିଶ ସରକାର ନିଜ ସୈନିକ ମାନଙ୍କ ସ୍ମୃତିରେ ଏହି ସ୍ଥାନରେ ଏକ ସ୍ମାରକୀ ବନାଇଥିଲେ । କାରଣ ସେହି ସମୟରେ ଦୁନିଆର ପ୍ରାୟ ରାଜ୍ୟରେ ବ୍ରିଟିଶମାନଙ୍କର ହୁକୁମ ଚାଲିଥିଲା । ସେଥିପାଇଁ ଏହିଭଳି ସ୍ମାରକୀ ଭାରତ ବ୍ୟତୀତ ଅନ୍ୟ ଦେଶ ଯେପରି ଅଷ୍ଟ୍ରେଲିଆ ଏବଂ କାନାଡାରେ ମଧ୍ୟ ବନାଯାଇଛି

ଏଠାରେ ରହିଥିବା ସମସ୍ତ ସ୍ମାରକୀ (କବର)ଗୁଡିକର ଦେଖାଶୁଣା କରିବା ପାଇଁ ‘କମନୱେଲଥ ବାର ଗ୍ରେ କମିସନକୁ’ ଦାୟିତ୍ୱ ଦିଆଯାଇଛି ।ସେଥିପାଇଁ ଏଭଳି ସ୍ଥାନରେ ଫଟୋ ଉଠାଇବାଠୁ ନେଇ ରଖାଶୁଣା କାର୍ଯ୍ୟ କରିବା ପର୍ଯ୍ୟନ୍ତ ଯେକୌଣସି କାର୍ଯ୍ୟ ପାଇଁ ବ୍ରିଟିଶ ସରକାରଙ୍କ ଅନୁମତି ନେବାକୁ ପଡିଥାଏ ।

ଗତ ବର୍ଷ ଏହି ସ୍ମାରକୀ ପାଖରେ ରାସ୍ତାକୁ ଚଉଡା କରିବା ପାଇଁ ଭାରତ ସରକାରଙ୍କ ପାଖରୁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ବ୍ରିଟିଶ ସରକାର ଏହି ପ୍ରସ୍ତାବକୁ ଖାରଜ କରି ଦେଇଥିଲେ । ବର୍ତ୍ତମାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂସ୍ଥାର ପଦାଧିକାରୀ ତମାଲ ସାନ୍ୟାଲ ଏହି ସ୍ଥାନକୁ ନିଜ ଅଧିକାରକୁ ନେବା ପାଇଁ ଭାରତ ସରକାରଙ୍କ ସହ କଥା ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.