Skodaର ଏହି କାରରେ କମିଲା ୨ ଲକ୍ଷ, ଶୀଘ୍ର ଉଠାନ୍ତୁ ମଉକାର ଫାଇଦା

Skoda ଇଣ୍ଡିଆ ୨.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନର L&K ଅଟୋମେଟିକ୍‌ ଭାରିଆଣ୍ଟ ଉପରେ ମୂଲ୍ୟକୁ କମ କରିଛି । ଏହି କାରର ଏକ୍ସ ସୋ’ ରୁମ୍ ମୂଲ୍ୟ ପୂର୍ବରୁ ୪୧.୯୯ ଲକ୍ଷ ଟଙ୍କା ଥିଲା। କିନ୍ତୁ କମ୍ପାନୀ ଏହାର ମୂଲ୍ୟକୁ ୨ ଲକ୍ଷ ଟଙ୍କା ହ୍ରାସ କରିଛି।

Skoda ଇଣ୍ଡିଆ ନିଜର ଏକ ଏସୟୁଭିର ମୂଲ୍ୟକୁ କମ୍‌ କରିଛି । Skoda ଏହି ଏସୟୁଭିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ଡିସକାଉଣ୍ଟ ଦେଇଛି । କମ୍ପାନୀ ଏପ୍ରିଲ୍ ୨୦୨୪ ପାଇଁ ନୂଆ ଦାମ୍‌ କୁ ଜାରି କରିଛି । Skoda Kodiaq ଉପରେ କମ୍ପାନୀ ଏହି ଡିସକାଉଣ୍ଟ ଦେଉଛି । କମ୍ପାନୀ ସ୍କୋଡା କୋଡିଆକ୍ ର L&K ଅଟୋମେଟିକ୍ ଭାରିଆଣ୍ଟର ଦାମ୍‌ କୁ ୨ ଲକ୍ଷ ଟଙ୍କାକୁ ହ୍ରାସ କରିଛି ।

Skoda ଇଣ୍ଡିଆ ୨.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନର L&K ଅଟୋମେଟିକ୍‌ ଭାରିଆଣ୍ଟ ଉପରେ ମୂଲ୍ୟକୁ କମ କରିଛି । ଏହି କାରର ଏକ୍ସ ସୋ’ ରୁମ୍ ମୂଲ୍ୟ ପୂର୍ବରୁ ୪୧.୯୯ ଲକ୍ଷ ଟଙ୍କା ଥିଲା। କିନ୍ତୁ କମ୍ପାନୀ ଏହାର ମୂଲ୍ୟକୁ ୨ ଲକ୍ଷ ଟଙ୍କା ହ୍ରାସ କରିଛି। ତେବେ ବର୍ତ୍ତମାନ Skoda Kodiaq ର ଏକ୍ସ ସୋ’ରୁମ୍ ଦାମ୍‌ ୩୯.୯୯ ଲକ୍ଷ ଟଙ୍କା ହୋଇଛି । ଏଥି ସହିତ ସ୍କୋଡା ଭାରତୀୟ ବଜାରରେ ୨.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନର ଷ୍ଟାଇଲ୍ ଅଟୋମେଟିକ୍ ଭାରିଆଣ୍ଟକୁ ବନ୍ଦ କରିଦେଇଛି ।

Skoda ଏହି କାରର ଇଣ୍ଟେରିୟରକୁ ପିଆନୋ ବ୍ଲାକ୍‌ କଲରରେ ଡିଜାଇନ୍‌ କରିଛି । ଏହି ସେଭେନ୍‌ ସିଟ୍ ବିଶିଷ୍ଟ SUV ରେ ୨-୩-୨ କନଫିଗ୍ୟୁରେସନ୍‌ ସହିତ ସିଟ୍‌ ମ୍ୟାନେଜମେଣ୍ଟ କରାଯାଇଛି । ଏହି ଯାନଟି ଏୟାର କେୟାର ସହିତ ୩-ଜୋନ୍ କ୍ଲାଇମେଟ୍ରୋନିକ୍ ଏସି ଲଗାଯାଇଛି । ଏହି ସ୍କୋଡା କାରରେ ଏକ ପ୍ୟାନେରୋମିକ୍ ସନରୁଫ୍ ମଧ୍ୟ ଅଛି । ଏହି ଗାଡିରେ କ୍ୟାଣ୍ଟନମେଣ୍ଟ ସାଉଣ୍ଡ ସିଷ୍ଟମ ଇନଷ୍ଟଲ ହୋଇଛି ।

Skoda Kodiaqରେ ଡ୍ରାଇଭ୍ ମୋଡ୍ ସିଲେକ୍ଟ କରାଯାଇପାରିବ । କାରରେ ଡାଇନାମିକ୍‌ ଚ୍ୟାସିସ୍ କଣ୍ଟ୍ରୋଲର ଫିଚର ଦିଆଯାଇଛି । ପାର୍କିଂ ସୁବିଧା ପାଇଁ ଏହି କାରରେ ୩୬୦-ଡ଼ିଗ୍ରୀ କ୍ୟାମେରାର ଫିଚର ମଧ୍ୟ ଅଛି । ଏହା ବ୍ୟତୀତ ଏହି କାରରେ ପାର୍କିଂ ଆସିଷ୍ଟର ଫିଚର ମଧ୍ୟ ଅଛି । ସେଫ୍ଟି ପାଇଁ Skoda Kodiaqକୁ ୯ଟି ଏୟାରବ୍ୟାଗ ଯୋଗାଇ ଦିଆଯାଇଛି । କାରରେ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ ଲଗାଯାଇଛି । ସେଫ୍ଟି ପାଇଁ ଗାଡିରେ ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲର ଫିଚର ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.