Below header

ଭାରତୀୟ ବଜାରରେ କ୍ରେଟା ଓ ସେଲଟସକୁ ଟକ୍କର ଦେବ Skoda Kushaq, ରହିଛି ଦମଦାର ଫିଚର୍ସ

Skoda Kushaq ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହାର ନୂଆ SUV ପ୍ରତିସ୍ପର୍ଥ କମ୍ପ୍ରାକ୍ଟ SUV ସେଗମେଣ୍ଟ ମଧ୍ୟରୁ ଅନ୍ୟତମ । ଭାରତୀୟ ବଜାରରେ ଏହାର ମୁକାବିଲା କ୍ରେଟା, କିଆ ସେଲଟସ, ଟାଟା ହୋରିୟର, ରେନ ଡଷ୍ଟର ଏବଂ ନିସାନ କିକ୍ସ ସହ ହେବ । ଏହାର ପ୍ରାରମ୍ଭିକ ଦାମ ୧୦.୫୦ ଲକ୍ଷ ଟଙ୍କା ରହିଛି ।

Skoda Kushaq ରେ ୨ଟି ପେଟ୍ରୋଲ ଇଞ୍ଜିନ ରହିଛି । କମ୍ପାକ୍ଟ ଏସୟୁଭି 1.0 ଲିଟର ଥ୍ରୀ- ସିଲିଣ୍ଡର  TSI  ଏବଂ 1.5 ଲିଟର ଫୋର- ସିଲିଣ୍ଡର TSI ଅପସନ ରହିଛି । ପ୍ରଥମର ଇଞ୍ଜିନ ପାୱାର 113bhp ରହିଥିବା ବେଳେ 175Nmର ପିକ ଟ୍ରାକ ଜେନେରେଟ କରିବ । ସେହିପରି 1.5 ଲିଟର ଫୋର- ସିଲିଣ୍ଡର ରେ ଇଞ୍ଜିନ ପାୱାର 148bhp ରହିଛି ଏବଂ ଏହା 250Nmପିକ ଜେନେରେଟ କରିବ । ପ୍ରଥମରେ 6 ସ୍ପିଡ ମାନୁଆଲ ଗିୟର ବକ୍ସ ସହ 6 ସ୍ପିଡର ଅଟୋମେଟିକ ଟ୍ରାନ୍ସମିଶନ ସୁବିଧା ରହିଛି । ୨ୟରେ 6 ସ୍ପିଡର DSG  ଗିୟରବକ୍ସ ଅଫର ଦିଆଯାଇଛି ।

ସେଫ୍ଟି ଫିଚର୍ସ କଥା ସାମ୍ନାକୁ ଆଣିଲେ ଜଣାପଡେ ଯେ, ଏଥିରେ ଷ୍ଟାଣ୍ଡାର୍ଡ ଅଫରିଙ୍ଗ ଦିଆଯାଇଛି । ଯେଉଁଥିରେ ଦୁଆଲ ଏୟାରବକ୍ସ, ESC, 5 ପାସେଞ୍ଜର୍ସଙ୍କ ପାଇଁ ଥ୍ରୀ-ପଏଣ୍ଟ ସିଟବେଲ୍ଟ ରହିଛି । ଏଥିରେ ହିଲ ହୋଲ୍ଡ କଣ୍ଟ୍ରୋଲ, ଟାୟର ପ୍ରେସର ମନିଟରିଂ, 6 ଏୟାରବାଗ୍ସ, ଅଟୋ ହେଡଲମ୍ପସ ଦିଆଯାଇଛି । ଏହାସହ ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ୍‌ସ , ରିୟର AC ବେଣ୍ଟସ୍ , କ୍ରୁଜ କଣ୍ଟ୍ରୋଲ , ଆମ୍ବିଏଣ୍ଟ ଲାଇଟିଙ୍ଗ, ସେବନ ସ୍ପିକର, ମ୍ୟୁଜିକ ସିଷ୍ଟମ ଭଳି ଫିଚର୍ସ ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.