ମା’ ସହିତ ଗାଧୋଇ ବାକୁ ଯାଇଥିବା ବେଳେ ନାଳରେ ବୁଡ଼ିଗଲେ ଦୁଇ ଶିଶୁ

 ରେଢ଼ାଖୋଲ(କେ ନ୍ୟୁଜ): ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡ଼ି ଗଲେ ଦୁଇ ଶିଶୁ । ଏମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୬ ବର୍ଷ ହୋଇଥିବା ବେଳେ ଅନ୍ୟଟିର ବୟସ ୪ ବର୍ଷ । ଏମାନଙ୍କ ନାଁ ହେଉଛି ଯଥାକ୍ରମେ ଅମିତ ଖଡ଼ିଆ ଓ ଅଜିତ ଖଡ଼ିଆ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଚୁଡ଼ାପୁରୁଗ ଗାଁରେ।

ମିଳିଥିବା ସୂଚନା ଅନୁଯାୟୀ ଅମିତ ଓ ଅଜିତ ଦୁଇ ଭାଇ ଆଜି ସେମାନଙ୍କ ମା’ ସୁନୀତା ଖଡ଼ିଆ ସହିତ ଗାଧୋଇବାକୁ ଗାଁ ନିକଟସ୍ଥ ସୁରୁବାଲି ନାଳକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ତେବେ କିଭଳି ଭାବେ ଦୁଇ ଶିଶୁ ବୁଡ଼ି ଗଲେ, ତାହା ଏଯାବତ ସ୍ପଷ୍ଟ ହୋଇପାରିନି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.