କେବେ ଝିଟିପିଟିକୁ କଦଳୀ ଖାଉଥିବା ଦେଖିଛନ୍ତି କି! ଏହି ଭିଡିଓ ଦେଖିଲେ ମୁଣ୍ଡ ବୁଲାଇଯିବ

ଝିଟିପିଟି ଖାଉଛି କଦଳୀ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଝିଟିପିଟି ଏକ ସ୍ତନ୍ୟପ୍ରାୟୀ ପ୍ରାଣୀ ଓ ଏହା ପୋକ-ଜୋକ ଖାଇଥାଏ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ଝିଟିପିଟି ମନ ଖୁସିରେ କଦଳୀ ଖାଉଥିବା ଦେଖାଯାଇଛି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଜଣେ ଝିଅ ହାତରେ ଏକ ଝିଟିପିଟି ଧରିଛନ୍ତି। ସେ ଝିଟିପିଟିକୁ ଏକ କଦଳୀକୁ ଚକଟି ଖାଇବାକୁ ଦେଉଛନ୍ତି। ପ୍ରଥମେ ତ ଝିଟିପିଟି ଟି କଦଳୀ ନ ଖାଇ ମୁହଁକୁ ଇଆଡ଼େ ସିଆଡ଼େ ବୁଲାଉଛି। କିନ୍ତୁ ପରେ ଆଗ ଜିଭ ମାରୁଛି। ତା’ପରେ ପୂରା କଦଳୀକୁ ଖାଇଦେଉଛି। ଭିଡିଓରୁ ଜଣାପଡ଼ୁଛି ଯେ ଝିଟିପିଟିକୁ କଦଳୀ ଖୁବ୍‌ ପସନ୍ଦ ଆସିଛି।

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ thereptilezoo ସେୟାର କରିଛନ୍ତି। ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖାଯାଇଛି, Have you ever seen a gecko eat banana well now you have।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by The Reptile Zoo (@thereptilezoo)

ଏବେ ଯାଏଁ ଏହି ଭିଡିଓରେ ୧୫ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଲୋକମାନେ ଝିଟିପିଟିକୁ କଦଳୀ ଖାଉଥିବା ଦେଖି ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଭିଡିଓରେ କଦଳୀ ଖାଉଥିବା ଝିଟିପିଟି ଗେକୋସ୍‌ ଇନ୍‌ଫ୍ରାଅର୍ଡର ଗେକୋଟା ପ୍ରଜାତିର। ଏମାନେ ଗ୍ରୀଷ୍ମ ଜଳବାୟୁ ଅଞ୍ଚଳରେ ଦେଖାଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.