Below header

କାର କିଣିବାକୁ ଚାହୁଁଛନ୍ତି, ତେବେ ମାତ୍ର ୫,୫୫୫ EMI ଦେଇ ନେଇଯାଆନ୍ତୁ Tata Altroz

କରୋନା କାଳରେ ଯଦି ଆପଣ ନିଜର କିମ୍ବା ପରିବାର ପାଇଁ ଏକ ନୂଆ କାର୍ କିଣିବା ପାଇଁ ଚିନ୍ତା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଟାଟା ମୋଟର୍ସ ଚଳିତ ମାସରେ ନିଜ Tata Altroz ଉପରେ ଲୋ-କଷ୍ଟ ଇଏମଆଇ ଅଫର୍ ଦେଉଛି। ଭାରତୀୟ ବଜାରରେ Tata Altrozର ପ୍ରାରମ୍ଭିକ ଏକ୍ସ ଶୋରୁମ୍ ଦାମ୍ ୫.୨୯ ଲକ୍ଷ ଟଙ୍କା ।

ଚଳିତ ମାସରେ ଟାଟା ମୋଟର୍ସ ତରଫରୁ Altrozରେ ଇଏମଆଇ ଅଫର୍ ଦିଆଯାଉଛି । ଆପଣ Tata Altroz କୁ ୫୫୫୫ ଟଙ୍କାର ଶସ୍ତା ଇଏମଆଇରେ ଘରକୁ ନେଇପାରିବେ । ଗତ ମାସରୁ ଅର୍ଥାତ୍ ଜୁଲାଇରୁ ଏହା ଆରମ୍ଭ ହୋଇଛି । ଏଥିରେ ୩୭ ଲିଟର ଫ୍ୟୁଲ୍ ଟ୍ୟାଙ୍କ ମିଳିବ । ଏଥିରେ ୫ ଜଣ ଆରାମରେ ବସିପାରିବେ । Tata Altroz ଭାରତୀୟ ବଜାରେ ୨ ଇଞ୍ଜିନ୍ ସହିତ ଆସିବ । ଏଥିରେ ପେଟ୍ରୋଲ ଓ ଡିଜେଲ୍ ସାମିଲ ।

thumb

ଏହାର ପେଟ୍ରୋଲ ଟ୍ରିମରେ ପାୱର ପାଇଁ ୧.୨ ଲିଟରର ରେଭୋଟ୍ରନ୍ ଇଞ୍ଜିନ୍ ଦିଆଯାଇଛି । ଏହାର ୧୧୯୯ ସିସିର ୩ ସିଲିଣ୍ଡର ଇଞ୍ଜିନ୍ ୬୦୦୦ ଆରପିଏମରେ ୮୬ ପିଏସର ମ୍ୟାକ୍ସିମମ୍ ପାୱର ଓ ୩୩୦୦ ଆରପିଏମରେ ୧୧୩ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ସେହିପରି ଟ୍ରିମରେ ପାୱର ପାଇଁ ୧.୫ ଲିଟରର ଟର୍ବୋଚାର୍ଜ୍ଡ ରେଭୋଟ୍ରନ୍ ଇଞ୍ଜିନ୍ ଦିଆଯାଇଛି । ଏହାର ୧୪୯୭ ସିସିର ୪ ସିଲିଣ୍ଡର ଇଞ୍ଜିନ୍ ୪୦୦୦ ଆରପିଏମରେ ୯୦ ପିଏସର ମ୍ୟାକ୍ସିମମ୍ ପାୱର ଓ ୧୨୫୦-୩୦୦୦ ଆରପିଏମରେ ୨୦୦ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହାର ଇଞ୍ଜିନ୍ ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ରହିଛି । ଏହି ଗାଡିର ଫ୍ରଣ୍ଟରେ ଡିସ୍କ ବ୍ରେକ୍ ଦିଆଯାଇଛି । ରିୟରରେ ଡ୍ରମ୍ ବ୍ରେକ୍ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.