କିଛି ସମୟର ଅପେକ୍ଷା, ବ୍ରହ୍ମପୁର ଏମ୍‌କେସିଜି ଓ ବୁର୍ଲା ଭିମସାରରେ ପ୍ଲାଜମା ଥେରାପି ବ୍ୟାଙ୍କର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଆଉ କିଛି ସମୟ ପରେ  ଓଡିଶାର  ଆଉ  ଦୁଇଟି ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟାଙ୍କର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇଟି ମେଡିକାଲା ହେଲା  ବ୍ରହ୍ମପୁର ଏମ୍‌କେସିଜି ଓ ବୁର୍ଲା ଭିମସାର ହସ୍ପିଟାଲ। ଭିଡିଓ କନଫରେନ୍ସିଂ ଯୋଗେ  ସଂଧ୍ୟା ୫ଟା ବେଳ ବିଧିବଦ୍ଧ ଭାବେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ କଟକ ଏସ୍‌ସିବି  ଭୁବନେଶ୍ୱରର କିମ୍‌ସ, ସମ୍‌ ଓ କଟକର ଅଶ୍ୱିନୀ ହସ୍ପିଟାଲ, ଗଞ୍ଜାମ ଶୀତଳାପଲ୍ଲୀ ସ୍ଥିତ କୋଭିଡ୍‌ ହସ୍ପିଟାଲ ଓ ରାଉରକେଲା ଆଇଜିଏଚ୍‌ରେ ପ୍ରତିଷ୍ଠା ହୋଇସାରିଛି ପ୍ଲାଜମା ବ୍ୟାଙ୍କ ।

କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କ ଶରୀର ବ୍ଲଡରୁ ପ୍ଲାଜମା ବାହାର କରାଯାଇ ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜମାକୁ ସେମାନଙ୍କ ଶରୀରରେ ଦିଆଯାଇଥାଏ । କୋଭିଡ ୧୯ ସଂକ୍ରମିତଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । ଏହା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହୋଇଥାଏ । କରୋନା ଯୁଦ୍ଧରେ ପ୍ଲାଜମା ଥେରାପୀ ସବୁଠାରୁ ଭରସାଯୋଗ୍ୟ ଚିକିତ୍ସା ପଦ୍ଧତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ସଂକ୍ରମିତଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡ଼ି ପ୍ରସ୍ତୁତ ହେବା ପରେ ଶରୀରରେ କରୋନା ଭୁତାଣୁ ନିଷ୍କ୍ରିୟ ହୋଇଥାଏ । ଏଭଳି ସ୍ଥଳରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଜଣେ ସଂକ୍ରମିତଙ୍କୁ ନୂଆ ଜୀବନ ଦେଇଥାଏ । ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରି ଜୀବନ ବଞ୍ଚାଇବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.