Below header

Tata Skyର ନୂଆ ଅଫର୍‌, ଏବେ ମାତ୍ର ୧୪ଟଙ୍କାରେ ଦେଖିପାରିବେ Zee ଚ୍ୟାନେଲ

ଡିଟିଏଚ୍‌ କମ୍ପାନୀ ଟାଟା ସ୍କାଇ (Tata Sky) ଗ୍ରାହକଙ୍କୁ ଲାଭ ପହଞ୍ଚାଇବା ପାଇଁ ଖାସ୍‌ ଅଫର୍‌ ଜାରି କରିଛି। ଏହି ଶାନଦାର୍‌ ଅଫର୍‌ ଜରିଆରେ ଗ୍ରାହକଙ୍କୁ କିଛି ବଛା ବଛା ଚ୍ୟାନେଲ ସହ ମେଟ୍ରୋ ଚ୍ୟାନେଲ ପ୍ୟାକ୍‌ ପାଇଁ ପୂର୍ବ ତୁଳନାରେ ଏବେ କମ ଟଙ୍କା ଦେବାକୁ ପଡିବ। ଟଙ୍କା କମ ହେବାର କାରଣ ହେଉଛି ଜି, ସୋନୀ ଏବଂ ଷ୍ଟାର ଭଳି କମ୍ପାନୀ ୨୬ଟି ଚ୍ୟାନେଲର ମୂଲ୍ୟ କମ ହୋଇଛି। ଏହା ପୂର୍ବରୁ ଟାଟା ସ୍କାଇ ଦୀପାବଳି ସମୟରେ ମଧ୍ୟ ଚ୍ୟାନେଲ ମୂଲ୍ୟରେ କମ କରିଥିଲା। ତେବେ ବର୍ତ୍ତମାନ ଜାଣନ୍ତୁ ଟାଟା ସ୍କାଇର ଏହି ଶାନଦାର ଅଫର୍‌ ସହ କେଉଁ ଚ୍ୟାନେଲର ମୂଲ୍ୟ ହ୍ରାସ ପାଇଛି।

tata-skyଟାଟା ସ୍କାଇ Zee TV, Zee Marathi,Zee Sarthak, Zee Bangla, Zee Telugu, Zee Kannada, Asianet Movies, Asianet, Star Maa, National Geographic, Star Jaisha, Star Sports 2, Star Plus, Star Vijay, Star Sports 3, Vijay Super, SET, Hungama TV, Sony SAB, Colors, Colors Kannada, Sony Max, Star Sports 1 Bangla, Zee Tamil, Star Sports First ଏବଂ Nat Geo World  ଚ୍ୟାନେଲର ମୂଲ୍ୟ ହ୍ରାସ କରିଛି।

taya sky-ଏହି ଅଫର୍‌ ଜରିଆରେ ଗ୍ରାହକଙ୍କୁ ଜି ର ସମସ୍ତ ଚ୍ୟାନେଲ ଦେଖିବା ପାଇଁ ୧୪.୧୬ଟଙ୍କା (ଟ୍ୟାକ୍ସ ସହ) ପ୍ରତି ମାସରେ ଦେବାକୁ ପଡିବ। କିନ୍ତୁ ଅଫର୍‌ ଶେଷ ହେବା ପରେ ଏହି ପ୍ୟାକର ମୂଲ୍ୟ ପୁଣି ଥରେ ୨୨.୪୨ ଟଙ୍କା (ଟ୍ୟାକ୍ସ ସହ) ହୋଇଯିବ। ବର୍ତ୍ତମାନ କିନ୍ତୁ ଏହି ଅଫର୍‌ କେତେ ଦିନ ରହିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନା ମୁତାବକ ଟାଟା ସ୍କାଇ ପ୍ଲେଟଫର୍ମରେ ଗ୍ରାହକଙ୍କ ପାଇଁ ୫୮୫ ଏଚଡି ଏବଂ ଏସଡି ଚ୍ୟାନେଲ ଉପଲବ୍ଧ ରହିଛି। ଏଥିସହ କମ୍ପାନୀ ଗ୍ରାହକଙ୍କୁ ଅଧିକ ସୁବିଧା ଦେବା ପାଇଁ Zee, Star, Sun, Sony ଏବଂ Times ଭଳି କମ୍ପାନୀ ସହ ଟାଏ ଅଫ୍‌ କରିଛି।

ରିପୋର୍ଟ ଅନୁଯାୟୀ କିଛି ଦିନ ପୂର୍ବରୁ ଟାଟା ସ୍କାଇ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଡିସ୍‌ ଟିଭିକୁ ଟକ୍କର ଦେବା ପାଇଁ ଆଣ୍ଡ୍ରୋଏଡ୍‌ ଟିଭି ସପୋର୍ଟ କରୁଥିବା ସେଟ ଟପ୍‌ ବକ୍ସ ବଜାରକୁ ଆସିଥିଲା। ଏଥିସହ କମ୍ପାନୀ ଗ୍ରାହକଙ୍କୁ ଏହି ସେଟ୍‌ ଟପ ବକ୍ସରେ ଓଟିପି ଆପ୍ସର ଏକ୍ସେସ ଦେଇଥିଲା। କିନ୍ତୁ ଓଟିପି ଆପ୍ସ ବ୍ୟବହାର କରିବା ପାଇଁ ଇଣ୍ଟରନେଟ୍‌ କନେକ୍ସନ ଅନିବାର୍ଯ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.