ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ, ଦେଖନ୍ତୁ ଭିଡିଓରେ କିପରି ୭୦ବର୍ଷର ବୃଦ୍ଧ ଡ୍ୟାନ୍ସ କରି ଧମାଲ୍ ମଚାଉଛନ୍ତି

ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ । । ସତରେ ସେ କୁନି ଛୁଆଟେ ହେଉ କିମ୍ବା ଜଣେ ବୟସ୍କ ବ୍ୟକ୍ତି ଯଦି,କୌଣସି ଜିନିଷକୁ ନିଜ ମନରୁ କେହି କରିବାକୁ ଚାହେଁ ତେବେ ନିହାତୀ ସେ ତାହା କରିଦେଖାଇଥାଏ। ଯଦି ମନୋବଳ ଶକ୍ତ ଅଛି ତେବେ ତା ଆଗରେ ଯେକୌଣସି ବାଧା ଆସିଲେବି ସେ ନିର୍ଭୟରେ ତାର ସାମ୍ନା କରିଥାଏ । ତେବେ ଆମ ଧାରଣରେ ଅଛି ବୟସ ହୋଇଗଲେ ଜଣେ ମଣିଷ ତା ଇଚ୍ଛାକୁ କେତେକାଂଶରେ ମାରିଦେଇଥାଏ। କିନ୍ତୁ ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବାଟା ସ୍ବଭାବିକ ।

doctor 70ଯେଉଁ ବୟସରେ ଜଣେ ନିଜ ସକ୍ଷମରେ ଚାଲି ବୁଲି ପାରିବା କଷ୍ଟକର ହୋଇପଡେ ସେହି ବୟସରେ ଜଣେ ୭୦ବର୍ଷର ବୃଦ୍ଧ ଡ୍ୟାନ୍ସ କରୁଛନ୍ତି । ଡ୍ୟାନ୍ସ କରୁଥିବା ବୃଦ୍ଧ ଜଣଙ୍କ ହେଉଛନ୍ତି ଡକ୍ଟର ରାଜ ଧାରିୱାଲ । ଭିଡିଓରେ ସେ ଦେବାନନ୍ଦଙ୍କ ଷ୍ଟାଇଲରେ କ୍ୟାପ ଏବଂ ଟିସାର୍ଟ ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଦେଖନ୍ତୁ ଭିଡିଓ:

ଯାହା ସୂଚନା ମିଳିଛି ଡକ୍ଟର ଧାରିୱାଲଙ୍କର ବାଇପାସ୍ ସର୍ଜରୀ ମଧ୍ୟ ହୋଇସାରିଛି ଏବଂ ସେ ଜଣେ ଡାଇବେଟିସ୍ ରୋଗୀ। ତଥାପି ହେଲ୍ଥି ଲାଇଫଷ୍ଟାଇଲ୍ ଫଳରେ ସେ ଏହି ଡ୍ୟାନ୍ସ ଜରିଆରେ ନିଜର ଏନର୍ଜି ଦେଖାଉଛନ୍ତି । ଆଜିକାଲି ସମାଜରେ ସବୁ ବର୍ଗର ଲୋକ ଫିଟ୍ ଏବଂ ସୁସ୍ଥ ରହିବା ନିହାତୀ ଆବଶ୍ୟକ। ରୋଗ ତ ସମସ୍ତଙ୍କୁ ହେଉଛି, ତେଣୁ ସେଥିରେ ଭାଙ୍ଗିନପଡି ନିଜ ଭିତରର ଆତ୍ମବିଶ୍ବାସକୁ ଆହୁରୀ ମଜବୁତ୍ କରିବା ଉଚିତ୍ । ତେବେ ଡକ୍ଟର ଧାରିୱାଲ ୭୦ବର୍ଷରେ ଯାହା କରିଦେଖାଇଛନ୍ତି ତାହା ଆଜିର ସମାଜ ପାଇଁ ଏକ ଉଦାହରଣ ପାଲଟିଛି ନିଶ୍ଚିତ। ତାଙ୍କର ଏହି ଭିଡିଓକୁ ଏବେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.