Below header

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ ବାତିଲ, ଖରାପ ପାଗ ଯୋଗୁ ଆସି ପାରିଲାନାହିଁ ହେଲିକପ୍ଟର

ବଲାଙ୍ଗିର: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ ବାତିଲ । ଖରାପ ପାଗ ଯୋଗୁ ହେଲିକପ୍ଟର ଆସି ପାରିଲା ନାହିଁ । ରାୟପୁର ବିମାନ ବନ୍ଦରରୁ ହେଲିକପ୍ଟରରେ ଆସି ସକାଳ ୯ଟା ୧୫ରେ ବଲାଙ୍ଗିର ହେଲିପ୍ୟାଡ୍‌ରେ ପହଞ୍ଚିବାର ଥିଲା । ହେଲେ ଦୀର୍ଘ ସମୟ ରାୟପୁରରେ ଅପେକ୍ଷା କରିବା ପରେ ଫେରିଗଲେ ଉପରାଷ୍ଟ୍ରପତି । ଭେଙ୍କିୟା ନାଇଡୁ ବଲାଙ୍ଗିର ବରକାନୀରେ ପହଞ୍ଚି ଏଲପିଜି ବଟଲିଂ ପ୍ଲାଣ୍ଟକୁ ଉଦଘାଟନ କରିଥାନ୍ତେ । ଏହା ପରେ ରାଜେନ୍ଦ୍ର କଲେଜ ପ୍ଲାଟିନମ୍ ଜୁବୁଲି ଉଦ୍‌ଘାଟନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.