ବନ୍ଦ ହେବାକୁ ଯାଉଛି ଏହି ବୃହତ ବ୍ୟାଙ୍କ, ତୁରନ୍ତ ନିଜ ଆକାଉଣ୍ଟରୁ କାଢି ନିଅନ୍ତୁ ଜମା ଟଙ୍କା

ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଭାରତର ଏକ ବଡ଼ ବ୍ୟାଙ୍କ। ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସୂଚନା ଦେଇଛି। ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟ ଲିମିଟେଡ଼ ବ୍ୟାଙ୍କ(ABIPBL) ନିଜ କାରବାର ବନ୍ଦ କରିବାକୁ ଯାଉଛି। ୨୦୧୮ ମସିହାରେ ବ୍ୟବସାୟ ଆରମ୍ଭ କରିଥିବା ଏହି ବ୍ୟାଙ୍କ ବର୍ତ୍ତମାନ ଲକ୍ଷାଧିକ ଗ୍ରାହକ ଏକାଠି କରିସାରିଲାଣି। ଭାରତୀୟ ରିଜର୍ଭ ବ୍ୟାଙ୍କର କହିବାନୁଯାୟୀ ଆଦିତ୍ୟ ବିର୍ଲା ବ୍ୟାଙ୍କ ସ୍ବେଚ୍ଛାକୃତ ଭାବେ କାରବାର ବନ୍ଦ କରିବାକୁ ଆବେଦନ କରିଥିଲା ଓ ଏହାକୁ ସ୍ୱୀକୃତି ପ୍ରଦାନ କରାଯାଇଛି।

RBI ଏକ ନୋଟିଫିକେସନ ଜାରି କରି କହିଛି ଯେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟ ଲିମିଟେଡ଼ ବ୍ୟାଙ୍କର ସ୍ବେଚ୍ଛାକୃତ ବନ୍ଦ ଉପରେ ଶୁଣାଣି କରିବା ଅବସରରେ ୧୮ ସେପ୍ଟେମ୍ବର ୨୦୧୯ ରେ ମୁମ୍ବାଇ ହାଇକୋର୍ଟ ଏଥିରେ ମୋହର ମାରିଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ତରଫରୁ ଡିଲାଇଟ ତାଉଚେ ତୋମସ୍ତୁ ଇଣ୍ଡିଆ(LLP)ର ବରିଷ୍ଠ ନିର୍ଦ୍ଦେଶକ ବିଜୟ କୁମାର ବି ଆୟରଙ୍କୁ ଲିକୁଇଡେଟର ଭାବେ ନିଯୁକ୍ତ କରାଯାଇଛି।

ଏହାସହ ପଢ଼ନ୍ତୁ: ରେଳ ବିଭାଗରେ ୧୦ମ ପାସ୍‌ କରିଥିବା ପିଲାଙ୍କ ପାଇଁ ବାହାରିଲା ୪ ହଜାର ପଦବୀ, ଦେବାକୁ ପଡ଼ିବନି କୌଣସି ପରୀକ୍ଷା

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜୁଲାଇ ପହିଲାରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟ ଲିମିଟେଡ଼ ବ୍ୟାଙ୍କ ନିଜ ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରିଥିଲା। କମ୍ପାନୀ ଏହା ପଛରେ କେତେକ ଅପ୍ରତ୍ୟାଶିତ ଘଟଣାକ୍ରମକୁ ଦାୟୀ କରିଛି। କମ୍ପାନୀ ନିଜ ଅଫିସିଆଲ ୱେବସାଇଟରେ ଗ୍ରାହକଙ୍କ ପାଇଁ ଲେଖିଥିଲେ ଯେ ଆମେ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯେ ବ୍ୟାଙ୍କ ଆପଣଙ୍କ ଜମା ରାଶିକୁ ଫେରାଇବାକୁ ପୂରା ବ୍ୟବସ୍ଥା କରିବ। ବ୍ୟାଙ୍କ ଅନଲାଇନ, ମୋବାଇଲ ବ୍ୟାଙ୍କିଙ୍ଗ ଆଦି ଜରିଆରେ ଜମା ରାଶି ଟ୍ରାନ୍ସଫର୍ କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.