Below header

ପୁଣି କମିଲା ସୁନା ଦାମ୍‌, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ଦାମ୍‌

କିଛି ଦିନ ଲଗାତାର ବୃଦ୍ଧି ଘଟିବା ପରେ ସୁନା ମୂଲ୍ୟ କିଛି ପରିମାଣରେ କମିଥିବା ଲକ୍ଷ୍ୟକରାଯାଇଛି । ଶନିବାର ସନ୍ଧ୍ୟା ଓ ସୋମବାବାର ସକାଳ ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୦ ହଜାର ୫୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯ ହଜାର ୫୦୦ ଟଙ୍କାରେ ପହଁଚିଥିବା ନେଇ ଜଣାଯାଇଛି ।

ସେହିପରି ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ଏକ ମାଧ୍ୟମ ଧରଣର ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି । ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩୦ ଟଙ୍କା କମି ୫୩, ୩୧୦ ଟଙ୍କାରେ ପହଁଚିଥିବା ବେଳେ ୨୨କ୍ୟାରେଟ ସୁନା ଦର ୩୯୦ ଟଙ୍କା ହ୍ରାସ ପାଇ ୪୮୮୮୦ ଟଙ୍କାରେ ପହଁଞ୍ଚିଥିବା ନେଇ ଜଣାଯାଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ଦରରେ ବି ଏକ ବଡ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୬୦୦ ଟଙ୍କା କମି ୬୭,୨୦୦ ଟଙ୍କାରୁ ୬୫,୬୦୦ ଟଙ୍କାରେ ପହଁଚିଥିବା ନେଇ ରେକର୍ଡ ହୋଇଛି ।

gold new

ଦେଶର ଅନ୍ୟାନ ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଛିଟା ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୦,୫୦୦ ଟଙ୍କା ଓ ୪୯,୫୦୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଯଥାକ୍ରମେ ୫୪, ୧୧୦ ଟଙ୍କା ଓ ୪୯,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଚେନ୍ନାଇରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ଯଥାକ୍ରମେ ୫୩, ୩୧୦ ଟଙ୍କା ଓ ୪୮, ୮୮୦ ଟଙ୍କା ଥିବା ବେଳେ କୋଲକାତାରେ ୫୨, ୯୦୦ ଟଙ୍କା ଓ ୫୦, ୨୨୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.