Below header

ବୁର୍ଲା ଭୀମସାରରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ, ୭ରୁ ୧୦ ଦିନ ମଧ୍ୟରେ ହେବ କାର୍ଯ୍ୟକ୍ଷମ

କେନ୍ୟୁଜ୍(ବ୍ୟୁରୋ): ବୁର୍ଲା ଭୀମସାରରେ ହେବ କୋଭିଡ୍‌ ହସ୍ପିଟାଲ । ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ହେବ । ୭ରୁ ୧୦ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ । ଏଥିରେ ୨୦ଟି ଆଇସିୟୁ ବେଡ୍‌ ରହିବ । ଭୀମସାର ର ଆଇସୋଲେସନ କେନ୍ଦ୍ରକୁ ସମ୍ପ୍ରସାରଣ କରି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ସ୍ଥାପନ, ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ଭୀମସାରର ୧୦ ଜଣ ବିଶେଷଜ୍ଞ ଡାକ୍ତର, ୩୦ ଏନ୍‌ଏନ୍‌ଏମ୍‌ ଓ ୩୦ ଜଣ ସହାୟିକାଙ୍କୁ ତୁରନ୍ତ ନିୟୋଜିତ କରାଯାଉଛି ବୋଲି ମୁଖ୍ୟ ଶାସନ ଲଚିବ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଡିଏମ୍‌ଇଟି ମୁଖ୍ୟ ଅଚାନକ ଦିନିକିଆ ସମ୍ବଲପୁର ଗସ୍ତକରି ବୁର୍ଲା ଭିମସାର ଓ ସମ୍ବଲପୁର କୋଭିଡ୍‌ ହସ୍ପିଟାଲ ପରିଚାଳନା ଓ କରୋନା ରୋଗୀଙ୍କ ଚିକିତ୍ସାରେ ହେଉଥିବା ସମସ୍ୟାର ତଦାରଖ କରିଥିଲେ। ସମ୍ବଲପୁର ଜିଲ୍ଲାରେ ବୃଦ୍ଧି ପାଉଥିବା କୋଭିଡ୍‌ ମୃତ୍ୟୁ ହାରକୁ କିପରି ରୋକା ଯାଇପାରିବ ସେ ସଂପର୍କରେ ଅନୁଧ୍ୟାନ କରିଥଲେ । ଏହି ବରିଷ୍ଠ ଅଧିକାରୀମାନେ କୋଭିଡ୍‌ ହସ୍ପିଟାଲ, ସ୍ୱାବ୍‌ ଟେଷ୍ଟିଂ ସେଣ୍ଟର, ଆଇସିୟୁ ସେଣ୍ଟର ଆଦିର ସ୍ଥିତି ଅନୁଧ୍ୟାନ କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.