ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ପୁଣି କମିଲା ସୁନା ଦାମ୍‌

ଗତ କିଛି ଦିନ ହେବ ଆକାଶ ଛୁଆଁ ହେବାରେ ଲାଗିଥିଲା ସୁନା ଦାମ୍‌ । କିନ୍ତୁ ଦୁଇଦିନ ହେଲାଣି ଏଥିରେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ୍ୟ କରାଯାଇଛି । ଭାରତୀୟ ବଜାରରେ ସୁନାର ଦାମ୍‌ ବଢିଚାଲିଥିବା ବେଳେଲୋକଙ୍କୁ କିଛି ଆଶ୍ୱସ୍ତୀ ମିଳିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧, ୨୧୦ ଟଙ୍କାରେ ପହଞ୍ଚି ଥିବା ଜଣାଯାଇଛି ।

ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨, ୨୧୦ ଟଙ୍କା ଛୁଇଁଥିବା ନେଇ ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୨,୭୦୦ ଟଙ୍କା ଓ ୫୧,୪୫୦ ଟଙ୍କାରେ ସ୍ଥିର ରହିଥିଲା । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ଏକ ବଡ ଧରଣର ହ୍ରାସ ଘଟିଥିବା ଜଣାଯାଇଛି । ଭୁବନେଶ୍ୱରରେ ସ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୭୭୦ ଏବଂ ୨୨ କ୍ୟାରେଟ ସୁନା ଦାମ୍‌ ୫୧,୧୨୦ ଟଙ୍କା ରହିଛି।

gold

ଶୁକ୍ରବାର ସୁଦ୍ଧା ଏହାର ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି। ତେଣୁ ଯଦି ଆପଣ ସୁନା କିଣିବାକୁ ଚାହୁଛନ୍ତି ତେବେ ଜଲଦି ସୁନା କିଣିପାରିବେ। ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ ବି ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୨, ୨୧୦ ଟଙ୍କା ଓ ୫୧, ୨୧୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଏହି ଦର ୫୫, ୧୧୦ ଟଙ୍କା ଓ ୫୧, ୧୭୦ଟଙ୍କା ଥିବା ଜଣାଯାଇଛି । ସେପଟେ ଚେନ୍ନାଇରେ ୫୫, ୭୧୦ଟଙ୍କା ଓ ୫୧, ୧୨୦ ଟଙ୍କା ଥିବା ବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୫୪,୪୭୦ ଟଙ୍କା ଓ ୫୧,୭୮୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.