ଲାଲକିଲ୍ଲାରେ ଚୀନ୍‌ ଓ ପାକିସ୍ତାନକୁ ମୋଦିଙ୍କ ଚେତାବନୀ, କହିଲେ LOCରୁ LAC ପର୍ଯ୍ୟନ୍ତ ଦେଶର ଯବାନ ପ୍ରସ୍ତୁତ

ନୂଆଦିଲ୍ଲୀ: ଆଜି ୭୪ତମ ସ୍ୱାଧୀନତା ଦିବସ । କୋଭିଡ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । ସକାଳ ୭.୩୦ ପତାକା ଉତ୍ତୋଳନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ।  ଏହି ଅବସରରେ ଲାଲକିଲ୍ଲାରେ ଚୀନ୍‌ ଓ ପାକିସ୍ତାନକୁ ଚେତାବନୀ । ପ୍ରଧାନମନ୍ତ୍ରୀ କହିଛନ୍ତି, LOCରୁ LAC ପର୍ଯ୍ୟନ୍ତ ଦେଶର ଯବାନ ପ୍ରସ୍ତୁତ ରହିଛନ୍ତି । ସୀମାରେ ଦେଶର ସାମର୍ଥ୍ୟକୁ ଚ୍ୟାଲେଞ୍ଜ ଦେବା ପାଇଁ ଚେଷ୍ଟା ହୋଇଛି । ଆତଙ୍କବାଦ ଓ ବିସ୍ତାରବାଦର ଦୃଢତାର ସହ ମୁକାବିଲା କରାଯାଉଛି ବୋଲି କହିଛନ୍ତି ମୋଦି ।

pmUNSCରେ ଭାରତକୁ ଅପୂର୍ବ ସଫଳତା ମିଳିଛି । ଭାରତର ସାର୍ବଭୌମତ୍ୱ ରକ୍ଷା ପାଇଁ ସାରା ଦେଶ ଏକ ହୋଇଛି । ପଡୋଶୀ ଦେଶଙ୍କ ସହ ସମ୍ପର୍କ ସୁଦୃଢ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପାଇଁ ପଦକ୍ଷେପ ନିଆଯାଇଛି । ଦେଶର ସୁରକ୍ଷା ପାଇଁ ସୀମା ଓ କୋଷ୍ଟାଲ ଇନ୍‌ଫ୍ରାଷ୍ଟ୍ରକଚରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି । ହିମାଳୟରୁ ମହାସାଗରର ଦୀପପୁଞ୍ଜ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ରହିଛି । ସେନାକୁ ସଶକ୍ତ କରିବା ପାଇଁ ଦୃଢ ପ୍ରତିବଦ୍ଧ । ହଜାରେ ଦିନରେ ଲକ୍ଷାଦୀପକୁ ଅପ୍‌ଟିକାଲ ଫାଇବର ଦ୍ୱାରା ଯୋଡାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.