Below header

ଆସନ୍ତା ମାର୍ଚ୍ଚ ମାସରୁ ଟିଭି ଦେଖିବା ହେବ ଶସ୍ତା, ୨୦୦ଟି ଚ୍ୟାନେଲ ପାଇଁ ଦେବାକୁ ପଡ଼ିବ ମାତ୍ର ୧୩୦ଟଙ୍କା

ଏବେ ଆପଣ କେବଳ ୧୩୦ ଟଙ୍କା ଖର୍ଚ୍ଚ କରି ୨୦୦ଟି ଚ୍ୟାନେଲ ଦେଖିପାରିବେ। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଗତ ବୁଧବାର ଦିନ କେବଲ୍‌ ଏବଂ ପ୍ରସାରଣ ସେବା ପାଇଁ ନୂଆ ଦାମ୍‌ ଘୋଷଣା କରିଛି। ଏହି ନୂଆ ଦର ଆସନ୍ତା ମାର୍ଚ୍ଚ ମାସରୁ ଲାଗୁ ହେବ। ଟ୍ରାଇ ଉପଭୋକ୍ତାଙ୍କ ଦ୍ୱାରା ସମସ୍ତ ‘ଫ୍ରି ଟୁ ଏୟାର’ ଚ୍ୟାନେଲ ପାଇଁ ଦିଆଯାଉଥିବା ମାସିକ ଶୁଳ୍କର ସୀମା ୧୬୦ଟଙ୍କା ସ୍ଥିର କରାଯାଇଛି। ଟ୍ରାଇର ଏକ ବୟାନ ଅନୁଯାୟୀ ଅନେକ ଟିଭି ଥିବା ଘର ଅର୍ଥାତ ଯେଉଁଠାରେ ଗୋଟିଏରୁ ଅଧିକ ଟିଭି କନେକ୍ସନ ଜଣେ ବ୍ୟକ୍ତିଙ୍କ ନାଁରେ ରହିଛି, ସେଠାରେ ଅନ୍ୟ ଏବଂ ଅତିରିକ୍ତ ଟିଭି କନେକ୍ସନ ପାଇଁ ଘୋଷିତ ନେଟଓ୍ଵର୍କ କ୍ଷମତା ଶୁଳ୍କର ଅଧିକତମ ୪୦ପ୍ରତିଶତ ପର୍ଯ୍ୟନ୍ତ ନିଆଯିବ।

traiବିଭିନ୍ନ ପ୍ରାବଧାନୋର ସମୀକ୍ଷା ପରେ ଟ୍ରାଇ ୨୦୦ଟି ଚ୍ୟାନେଲ ପାଇଁ ଅଧିକତମ ଏନସିଏଫ ଶୁଳ୍କକୁ ହ୍ରାସ କରି ୧୩୦ ଟଙ୍କା କରିଛି। ଏହାବ୍ୟତୀତ ଟ୍ରାଇ ନିଷ୍ପତି କରିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଯେଉଁ ଚ୍ୟାନେଲକୁ ଅନିବାର୍ଯ୍ୟ ଘୋଷଣା କରିଛି, ସେହି ଚ୍ୟାନେଲକୁ ଏନସିଏଫ୍‌ ଚ୍ୟାନେଲ ସଂଖ୍ୟାରେ ଗଣନା କରାଯିବ ନାହିଁ। ଏହାବ୍ୟତୀତ ଟ୍ରାଇ ବିତରଣ ପ୍ଲେଟଫର୍ମ ପରିଚାଳକକୁ ଲମ୍ବା ସମୟ ବା ଛଅ ମାସ ଅଧିକ ସବ୍ସକ୍ରିପ୍ସନରେ ଅଧିକ ରିହାତି ଦେବା ପାଇଁ ଅନୁମତି ପ୍ରଦାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.