ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା : ମାଗଣା ସିଲିଣ୍ଡର ପାଇଁ ଏବେ ପ୍ରଥମେ ପୈଠ କରିବାକୁ ପଡିବ ପଇସା

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛି। ଏହାଦ୍ୱାରା ୮ କୋଟି ଲୋକଙ୍କୁ ଫାଇଦା ମିଳିବ। କାରଣ ସେମାନଙ୍କୁ ଏହି ଯୋଜନା ଅଧିନରେ ମାଗଣାରେ ଗ୍ୟାସ ସିଲିଣ୍ଡର ମିଳିଥାଏ। କିନ୍ତୁ ଏଥର ଏହି ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି।

କେନ୍ଦ୍ର ସରକାର ଘୋଣୋ କରିଥିଲେ କି, ଉଜ୍ୱଳା ଯୋଜନାରେ ଗରିବ ମହିଳାଙ୍କୁ ୧ ଏପ୍ରିଲରୁ ୩୦ ଜୁନ୍‌ ମଧ୍ୟରେ ତିନିଟି ମାଗଣା ଗ୍ୟାସ ସିଲିଣ୍ଡର ମିଳିବ। ୩୦ ଜୁନରୁ ଏହି ଅବଧି ବଢି ଏବେ ୩୦ ସେପ୍ଟେମ୍ବର କରାଯାଇଛି। ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏହି ଯୋଜନାରେ ସିଲିଣ୍ଡରରେ ଗ୍ୟାସ ଭରିବା ପାଇଁ ଗରିବଙ୍କ ଖାତାରେ ଅଗ୍ରୀମ ପଇସା ଜମା କରିଦେଉଥିଲେ। କିନ୍ତୁ ଏବେ ଏମିତି ହେବ ନାହିଁ। ଏହି ଖାତାଧାରକକୁ ପ୍ରଥମେ ଗ୍ୟାସ ସିଲିଣ୍ଡର ପାଇଁ ଟଙ୍କା ଜମା କରିବାକୁ ହେବ ତା’ ପରେ ସରକାର ଏହାର ସଂପୂର୍ଣ୍ଣ ପଇସାକୁ ଖାତାରେ ଜମା କରିବେ।

gas 1

ସରକାର ଜୁନର ଏହି ପରିବର୍ତ୍ତନ କରିଦେଇଛନ୍ତି। ସରକାର ପୂର୍ବରୁ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡରର ପଇସା ଖାତାରେ ଜମା କରିଦେଉଥିଲେ, କିନ୍ତୁ ଲୋକେ ଏହି ରାଶିକୁ ଅଲଗା ବାଟରେ ଖର୍ଚ୍ଚ କରି ରୋଷେଇ ଗ୍ୟାସ ସିଲିଣ୍ଡର ଉପଯୋଗ କରିବା ବନ୍ଦ କରିଦେଇଥିଲେ। ଏହାପରେ ସରକାର ନିଷ୍ପତ୍ତି ନେଲେ କି, ଲୋକ ପ୍ରଥମେ ସିଲିଣ୍ଡର କିଣିବେ, ପରେ ଆକାଉଣ୍ଟକୁ ପଇସା ଆସିବ।

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଆରମ୍ଭ ୨୦୧୬ରେ ଆରମ୍ଭ ହୋଇଥିଲା। ପ୍ରଥମରୁ ଗରିବ ଶ୍ରେଣୀର ଲୋକ ମାଗଣାରେ ରୋଷେଇ ଗ୍ୟାସ ସଂଯୋଗ ଏବଂ ମାଗଣା ଗ୍ୟାସ ସିଲିଣ୍ଡର ଦେବାର ବ୍ୟବସ୍ଥା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.