କସୌଟୀ ଜିନ୍ଦେଗୀ ଫେମ୍‌ ପାର୍ଥଙ୍କୁ କରୋନା, ରଦ୍ଦ ହେଲା ସୁଟିଂ

ଟିଭିର ପ୍ରସିଦ୍ଧ ଅଭିନେତା ପାର୍ଥ ସମଥାନ କରୋନା ପଜିଟିଭ ବୋଲି ଜଣାପଡିଛନ୍ତି। କରୋନା ଭାଇରସ କାରଣରୁ ନ୍ୟାସନାଲ ଲକଡାଉନ୍ ପରେ ମୁମ୍ବାଇରେ ଧିରେ ଧିରେ ଅନଲକ୍ କରାଯାଇଛି। କିଛି ସମୟ ପୂର୍ବରୁ ତାଙ୍କର ଶୋ’ ‘କସୌଟୀ ଜିନ୍ଦେଗୀ କି’ର ସୁଟିଂ ଆରମ୍ଭ ହୋଇଥିଲା। ଏହି ସୁଟିଂ କ୍ଲିକ୍ ନିକ୍ସନରେ ହେଉଥିଲା। ଏହାଛଡା ପାର୍ଥଙ୍କ ଆଉ ଏକ ଶୋ’ ପବିତ୍ର ଭାଗ୍ୟର ସୁଟିଂ ବନ୍ଦ ହୋଇଯାଇଛି।

ଏହି ଦୁଇଟି ଶୋ’ର କ୍ରୁ ଓ ଆକ୍ଟରଙ୍କର କରୋନା ଟେଷ୍ଟିଂ ପାଇଁ ପଠାଇ ଦିଆଯାଇଥିଲା। କ୍ଲିନ୍ ନିକ୍ସନ୍ ଷ୍ଟୁଡିଓକୁ ସିଲ୍ କରିଦିଆଯାଇଥିଲା ଓ ଏହି ଷ୍ଟୁଡିଓକୁ ସିଲ୍ କରି ଦିଆଯାଇଥିଲା ଓ ଏହି ଷ୍ଟୁଡିଓରେ କସୌଟି ଜିନ୍ଦେଗୀ କେ ଓ ପବିତ୍ର ଭାଗ୍ୟ ବ୍ୟତୀତ ନାଗିନ୍, କୁଣ୍ଡଳୀ ଭାଗ୍ୟ, କୁମକୁମ୍ ଭାଗ୍ୟ ଭଳି ଶୋ’ର ସୁଟିଂ ମଧ୍ୟ ଏଠାରେ ହେଉଛି। ବାଲାଜୀ ଟେଲିଫିଲ୍ମସ୍ର ସମସ୍ତ ଶୋ’ର ସୁଟିଂକୁ ରୋକି ଦିଆଯାଇଛି।

ଏହି ମାମଲାକୁ ନେଇ ଶୋର ପ୍ରଡ୍ୟୁସର ବାଲାଜୀ ଟେଲିଫିଲମ୍ସ ମଧ୍ୟ ଇନଷ୍ଟାଗ୍ରାମରେ ଅପଡେଟ୍‌ କରିଛି। ଏହାଛଡା ପାର୍ଥ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରୋନା ପଜେଟିଭ ବିଷୟରେ ଜଣାଇଛନ୍ତି। କେବଳ ପାର୍ଥ ନୁହେଁ, ବଲିଉଡର ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା, ଆରାଧ୍ୟା, ଅନୁପମ ଖେର ଏବଂ ଆମରିଙ୍କ ଘରେ କରୋନା ପଜେଟିଭ ହେବାର ଖବର ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.