ଆଶ୍ବସ୍ତି ଖବର, ରାଜ୍ୟରେ ଆଜି ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ରାଜ୍ୟରେ ଆଜି ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୧୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୭୧, ମୟୁରଭଞ୍ଜରୁ ୩୮, ସୁନ୍ଦରଗଡ଼ରୁ ୩୮, ଯାଜପୁରରୁ ୨୫, ନବରଙ୍ଗପୁରରୁ ୨୪ ଜଣ, ସମ୍ବଲପୁରରୁ ୨୨ ଜଣ, ଖୋର୍ଦ୍ଧାରୁ ୧୫ ଜଣ, ବାଲେଶ୍ୱରରୁ ୯ ଜଣ, ବରଗଡ଼ରୁ ୬ ଜଣ ସୁସ୍ଥ ହୋଇଛନ୍ତି ।


ସେହିପରି ଅନୁଗୁଳ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୫ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ , ଜଗତସିଂହପୁର ଓ କୋରାପୁଟରୁ ୪ ଜଣ, ଭଦ୍ରକ, ବୌଦ୍ଧ ଏବଂ କେନ୍ଦୁଝରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ନୟାଗଡ଼ ଓ ପୁରୀରୁ ୨ ଜଣ ଲେଖାଏଁ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମିଶାଇ ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୮୭୫୦ରେ ।


ସୂଚନା ଅନୁଯାୟୀ ଆଜି ଭୁବନେଶ୍ଵରରେ ସର୍ବାଧିକ ୬୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.