ଛୁଆଙ୍କ ହସ୍ତାକ୍ଷର ସୁଧାରିବାକୁ ଆପଣାନ୍ତୁ ଏହି ଟିପ୍ସ, ଗୋଲ ଗୋଲ ହୋଇଯିବ ଅକ୍ଷର

ଛୁଆଙ୍କ ହୋମ୍‌ଓ୍ଵାର୍କ କରିବା ବେଳେ ଅଧିକାଂଶ ଅଭିଭାବକ ଛୁଆଙ୍କ ହସ୍ତାକ୍ଷରକୁ ନେଇ ଚିନ୍ତାରେ ରହିଥାନ୍ତି। ଛୋଟ ଛୁଆ ଠିକ୍‌ ଭାବେ କଲମ ଧରି ଶିଖିନଥିବାରୁ ଅକ୍ଷର ଅସୁନ୍ଦର ହୋଇଥାଏ। ଫଳରେ ପରୀକ୍ଷାରେ କମ୍‌ ମାର୍କ ଅସେ। ଏହି ଅଭ୍ୟାସକୁ ଯଦି ପିଲାବେଳୁ ଠିକ୍‌ କରାନଯାଏ ତେବେ ବଡ଼ ହେଲେ ମଧ୍ୟ ଅକ୍ଷର ଅସୁନ୍ଦର ହୋଇରହିଯିବ। ଏଣୁ ଏହି ଅଭ୍ୟାସକୁ ପିଲାବେଳୁ ଠିକ୍‌ କରିବା ନିହାତି ଜରୁରୀ। ତେବେ ଯଦି ଆପଣଙ୍କ ଛୁଆର ବି ଅକ୍ଷର ଅସୁନ୍ଦର ତେବେ ଆଜି ଆମେ ଆପଣଙ୍କ ପାଇଁ କେତେକ ଟିପ୍‌ସ ଆଣିଛୁ ଯାହା ସାହାଯ୍ୟରେ ଆପଣ ଛୁଆଙ୍କ ହସ୍ତାକ୍ଷରକୁ ସହଜରେ ସୁଧାରିପାରିବେ। ଆସନ୍ତୁ ଜାଣିବା କ’ଣ ଏହି ଟିପ୍ସ…

बच्चों की राइटिंग में सुधार लाएंगे ये टिप्स, जानें और आजमाए

-ହସ୍ତାକ୍ଷର ସୁଧାରିବା ପାଇଁ ପ୍ରଥମେ ଛୁଆକୁ ପେନ୍‌ସିଲ୍‌ କିମ୍ବା ପେନ୍‌କୁ ଠିକ୍‌ ଭାବେ ଧରିବା ଶିଖାନ୍ତୁ। ପିଲାଙ୍କୁ ଧରିବାକୁ ସୁବିଧା ହେବା ଭଳି ବଜାରରେ ଅନେକ କଲମ ଉପଲବ୍ଧ ହେଉଛି। ଆପଣ ଚାହିଁଲେ ଏହାକୁ ମଧ୍ୟ ବ୍ୟବହାର କରିପାରିବେ।

-ଛୁଆକୁ ଲେଖା ଅଭ୍ୟାସ କରନ୍ତୁ। କେବଳ ପାଠ ନୁହେଁ ପିଲାକୁ ସ୍କେଚ୍‌ରେ ଚିତ୍ର କରିବାକୁ ବି କୁହନ୍ତୁ। ଫଳରେ ତା’ର ପେନ୍‌ ଧରିବା ଶୈଳୀ ଠିକ୍‌ ହେବ।

Effective Ways to Improve Your Child's Writing Speed

-ଛୁଆଙ୍କୁ ପଢ଼ାଇବା ବେଳେ ବାପା ମା’ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ଲେଖିବା ବେଳେ ଯଦି ଛୁଆ ବିରକ୍ତ ହେଉଛି ତେବେ କିଛି ସମୟ ବ୍ରେକ୍‌ ନିଅନ୍ତୁ। କାରଣ ଗୋଟିଏ ଦିନରେ ଅକ୍ଷର ଗୋଲ ହୋଇପାରିବ ନାହିଁ। ଧୀରେ ଧୀରେ ହିଁ ହସ୍ତାକ୍ଷର ବଦଳିବ।

-ଯେକୌଣସି ଜିନିଷ ଶିଖିବା ପାଇଁ ଅଭ୍ୟାସ ବହୁତ ଜରୁରୀ। ରାଇଟିଂ ମାମଲାରେ ମଧ୍ୟ ଯେତେ ଅଧିକ ଲେଖିବେ ଅକ୍ଷର ସେତେ ସୁନ୍ଦର ହେବ।

Cursive Writing for Learning Disabled

-ବାପା ମା’ ବୁଝିବା ଦରକାର ଯେ ସବୁ ପିଲାଙ୍କ ଅକ୍ଷର ସମାନ ହୋଇନଥାଏ। ଏଣୁ ସାଙ୍ଗଙ୍କ ଅକ୍ଷର ସହ ଛୁଆର ଅକ୍ଷରକୁ ତୁଳନା କରନ୍ତୁ ନାହିଁ। ଏହା ଦ୍ୱାରା ଛୁଆର ମାନସିକତା ପ୍ରଭାବିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.