ଓଡ଼ିଶାରୁ ସୁସ୍ଥ ହୋଇ ଫେରିଲେ ଦିଲ୍ଲୀର କରୋନା ରୋଗୀ, ପ୍ରଶଂସା କଲେ ଓଡ଼ିଶାର ଚିକିତ୍ସା ଓ ଡାକ୍ତରୀ ସେବାକୁ

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନା ମହାମାରୀ ବିଶ୍ୱର ସବୁ ଲୋକଙ୍କୁ ବିଚଳିତ କରିଛି । ଭାରତରେ ମଧ୍ୟ ଏହାର ପ୍ରକୋପ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସବୁଠୁ ଆତଙ୍କ ସ୍ଥିତି ଏବେ ପହିଞ୍ଚିଛି ମୁମ୍ବାଇ ଓ ଦିଲ୍ଲୀରେ ।

ତେବେ ଅନ୍ୟ ରାଜ୍ୟର କୋଭିଡ୍‌ ହସ୍‌ପିଟାଲର କରୋନା ଚିକିତ୍ସା ତୁଳନାରେ ଓଡ଼ିଶାରେ କରୋନା ଚିକିତ୍ସା ଅତ୍ୟନ୍ତ ଉନ୍ନତମାନର ବୋଲି ଜଣେ ପ୍ରବାସୀ ଆଜି ଏଠାରେ କହିଛନ୍ତି । ଦିଲ୍ଲୀରୁ ଏହି ବ୍ୟକ୍ତି ଜଣକ କୈାଣସି କାମରେ ଓଡ଼ିଶା ଆସିଥିବା ବେଳେ ତାଙ୍କୁ କରୋନା ପଜେଟିଭ ଜଣାପଡିଥିଲା ।

ଫଳରେ ସେ କେନ୍ଦୁଝରର ଏକ କୋଭିଡ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦିଲ୍ଲୀକୁ ଫେରୁଛନ୍ତି । ଏହି ଅବସରରେ ତାଙ୍କୁ ଓଡ଼ିଶାରେ କରୋନା ଚିକିତ୍ସା କିପରି ବୋଲି ତାଙ୍କର ପ୍ରତିକ୍ରିୟା ନିଆଯାଇଥିଲା ।

ଓଡ଼ିଶାରେ ତାଙ୍କର କରୋନା ଚିକିତ୍ସା ବହୁତ ଭଲ ଭାବରେ କରାଯାଇଥିବା କହିବା ସହ ଏଠାକାର ଡାକ୍ତରୀ ସେବା ଓ ଅନ୍ୟ କର୍ମଚାରୀଙ୍କ ସେବା ଓ ସହାୟତାରେ ସେ ବହୁତ ଖୁସି ବୋଲି କହିଥିଲେ ।

ତାଙ୍କର ଏହି କରୋନା ଚିକିତ୍ସା ସମୟରେ ସେ କେବେ ବି ଏକ ମେଡିକାଲରେ ଥିବା କଥା ଚିନ୍ତା କରି ନଥିଲେ । ଖାଇବା ପିଇବା ଠାରୁ ଆରମ୍ଭ କରି ଡାକ୍ତରଙ୍କ ସେବା ଓ ସହଯୋଗ ବହୁତ ଉଚ୍ଚ କୋଟୀର ବୋଲି କହିଥିଲେ ।

ତାଙ୍କୁ କରୋନା ହୋଇଥିବା ବେଳେ ଡାକ୍ତରମାନେ କେବେ ବି ତାଙ୍କୁ କରୋନା ହୋଇଥିବା ଜାଣିବାକୁ ଦେଇ ନଥିଲେ । ଡାକ୍ତର ତାଙ୍କୁ ମନୋବଳ ଦେଇଥିବାରୁ ସେ ନିଜକୁ କେବେ ଦୁର୍ବଳ ଅନୂଭବ କରି ନଥିଲେ । କେନ୍ଦୁଝର କୋଭିଡ୍‌ ହସ୍‌ପିଟାଲରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.