ବିବାହିତା ମହିଳାଙ୍କ ଘରେ ପଶି ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ, କାବୁ କରିବାକୁ ଯାଇ ଭାଙ୍ଗିଗଲା ମାଆଙ୍କ ହାତ

କାକଟପୁର (କେନ୍ୟୁଜ ବ୍ୟୁରୋ): ବିବାହିତା ମହିଳାଙ୍କ ଘରେ ପଶି ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ। ଯୁବକକୁ କାବୁ କରିବାକୁ ଯାଇ ମହିଳାଙ୍କ ମାଆଙ୍କ ହାତ ଭାଙ୍ଗିଲା। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବାଲିଡିଆ ଗାଁରୁ। ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ଘରେ ସୋଇଥିବା ବେଳେ ସେହି ଗାଁର ରାମ ବେହେରା ନାମକ ଯୁବକ ତାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା।

ହେଲେ ମହିଳାଙ୍କ ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ଉଠିଯାଇଥିଲେ। ଆଉ ଯୁବକ ରାମକୁ କାବୁ କରିବାକୁ ଗଲାବେଳେ ପରଷ୍ପର ମଧ୍ୟରେ ଧସ୍ତାଧସ୍ତି ହେବାରୁ ମହିଳାଙ୍କ ମାଆଙ୍କର ହାତ ଭାଙ୍ଗି ଯାଇଛି। ସେପଟେ ରାମ ବେହେରାର ପରିବାର ଲୋକେ ମହିଳାଙ୍କ ପରିବାର ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ଜମିଜମା ମାମଲା ସମାଧାନ ନହେବାରୁ ରାମକୁ ପୀଡ଼ିତାଙ୍କ ପରିବାର ଲୋକେ ଘର ଭିତରକୁ ଟେକି ମାଡ଼ ମାରିଛନ୍ତି। ଏନେଇ ଉଭୟ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ ଚଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.