Below header

୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ BHEL ରେ କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ (BHEL) ତରଫରୁ ଟ୍ରେଡ୍‌ ଅପାରଣ୍ଟିସ୍‌ ପଦବୀ ପାଇଁ ନିଯୁକ୍ତି ଗ୍ରହଣ କରୁଛି। ଏଠାରେ ୧୮୪ ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ କରିବାର ପ୍ରକ୍ରିୟା ଜୁନ୍‌ ୧୧ ତାରିଖରୁ ଆରମ୍ଭ ହୋଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବା ପାଇଁ BHEL ହରିଦ୍ୱାରର ଅଫିସିଆଲ ୱେବସାଇଟ hwe.bhel.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୮ ଜୁନ୍‌ ୨୦୨୨ ରହିଛି।

ପଦବୀ ବିବରଣୀ :୧୮୪ 

ଫିଟର: ୬୫
ଟର୍ନର: ୧୯
ମେସିନିଷ୍ଟ: ୪୩
ୱେଲଡର: ୨୦
ଇଲେକ୍ଟ୍ରିସିଅନ: ୨୬
ଡ୍ରାଫ୍ଟସମ୍ୟାନ: ୨
ଇଲେକ୍ଟ୍ରିସିଆନ: ୧
ମୋଟର ମେକାନିକ: ୧
କାରପେଣ୍ଟର: ୧
ଫାଉଣ୍ଡ୍ରିମ୍ୟାନ: ୬

ଜରୁରୀ ତାରିଖ:

ଅନଲାଇନ ଆବେଦନ କରିବାର ତାରିଖ ୧୧ ଜୁନ୍‌ ୨୦୨୨ ରହିଛି।
ଅନଲାଇନ ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ ୨୧ ଜୁନ୍‌ ରହିଛି।
ଆବେଦନ ଫର୍ମ ଏବଂ ଡକ୍ୟୁମେଣ୍ଟସର ଫଟୋ କପି ଜମା କରିବାର ତାରିଖ ୨୮ ଜୁନ୍‌ ୨୦୨୨ ରହିଛି।
ଲିଖିତ ପରୀକ୍ଷା ଦେବାର ତାରିଖ ୬ ଅଗଷ୍ଟ ୨୦୨୨ ରହିଛି।
ଚୟନ ହୋଇଥିବା ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିବାର ତାରିଖ ୨୪ ଅଗଷ୍ଟ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ୍‌ ପାସ୍‌ କରିଥିବା ଜରୁରୀ। ଏହାସହିତ ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା :

ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହେବା ଜରୁରୀ। ସରକାରୀ ନିୟମ ଅନୁଯାୟୀ ଓବିସି ଶ୍ରେଣୀରେ ଅଧିକତମ ବୟସ ପାଇଁ ୩୦ ବର୍ଷ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ ୩୨ ବର୍ଷ ରହିଛି।

BHEL
Photo credit: Zee News

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ hwe.bhel.com କୁ ଯାଇ ରେଜିଷ୍ଟର କରନ୍ତୁ।

ଏହା ପରେ ବିଏଚଇଏଲ ହରିଦ୍ୱାର ଅଫିସିଆଲ ୱେବସାଇଟ apprenticeshipindia.gov.in କ ଯାଇ ଆବେଦନ ଫର୍ମ ଲିଙ୍କରେ କ୍ଲିକ କରନ୍ତୁ।

ଆବେଦନ ଫର୍ମ ଏବଂ ଫଟୋ ଅନ୍ୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।

ଏହାପରେ ଅନଲାଇନ ଆବେଦନ ଫର୍ମର ପ୍ରିଣ୍ଟଆଉଟ୍‌ କାଢି ନୋଟିଫିକେସନରେ ଦିଆଯାଇଥିବା ଠିକଣାରେ ୨୮ ଜୁନ୍‌ ମଧ୍ୟରେ ଡାକ ଜରିଆରେ ପଠାଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.