Oppo ଲଞ୍ଚ୍‌ କଲା ଲାଟେଷ୍ଟ୍‍ 5G ସ୍ମାର୍ଟଫୋନ Reno 7A! ପାଣି, ଧୂଳିରେ ବି ଖରାପ ହେବନି ଫୋନ୍‌…ଜାଣନ୍ତୁ ଫିଚର୍ସ

Oppo ନିକଟରେ Reno 7A ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ 90Hz ରିଫ୍ରେଶ୍‌ ରେଟ୍‌ ସହିତ ଡିସ୍‌ପ୍ଲେ ଏବଂ ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ ଦିଆଯାଇଛି। ଫୋନ୍‌ରେ କମ୍ପାନୀ Snapdragon 695 5G ପ୍ରୋସେସର ବ୍ୟବହାର କରିଛି। Oppo Reno 7Aରେ 4,500mAhର ବ୍ୟାଟେରୀ ଦିଆଯାଇଛି।

Oppo Reno 7Aର ସ୍ପେସିଫିକେସନ

ଡୁଆଲ ସିମ୍‌ ସହିତ ଆସୁଥିବା Oppo Reno 7A Android 11 ବେସ୍‌ଡ ColorOS 12 ଉପରେ କାମ କରିଥାଏ। ଏଥିରେ 6.4- ଇଞ୍ଚର full-HD+ AMOLED ସ୍କ୍ରିନ୍‌ 90Hz ରିଫ୍ରେଶ୍‌ ରେଟ୍‌ ସହିତ ଦିଆଯାଇଛି। ଏହି ସ୍ମାର୍ଟଫୋନରେ Qualcomm Snapdragon 695 ପ୍ରୋସେସର ଦିଆଯାଇଛି।

ଏଥିରେ 6GB LPDDR4x ର‍୍ୟାମ୍‌ ରହିଛି। ଫଟୋଗ୍ରାଫି କଥା ଦେଖିଲେ, ଏହାର ରିୟରରେ ଟ୍ରିପଲ୍‌ କ୍ୟାମେରା ସେଟ୍‌ଅପ ଦିଆଯାଇଛି। ଏହାର ପ୍ରାଇମେରୀ କ୍ୟାମେରା ରହିଛି 48 ମେଗାପିକ୍ସଲ। ଏଥି ସହିତ 8 ମେଗାପିକ୍ସଲର ସେକେଣ୍ଡାରୀ ଏବଂ 2 ମେଗାପିକ୍ସଲର ମାକ୍ରୋ-ଶୁଟର ଲେନ୍ସ ଦିଆଯାଇଛି।

ଫୋନ୍‌ର ଫ୍ରଣ୍ଟ୍‌ରେ ସେଲ୍ଫି ଏବଂ ଭିଡିଓ କଲ୍‌ ପାଇଁ 16 ମେଗାପିକ୍ସଲ କ୍ୟାମେରା ରହିଛି। Oppo Reno 7Aରେ 128GB UFS 2.2ର ଷ୍ଟୋରେଜ୍‌ ଦିଆଯାଇଛି। ଏହି ସ୍ମାର୍ଟଫୋନରେ 4,500mAhର ବ୍ୟାଟେରୀ 18W ଚାର୍ଜିଂ ସପୋର୍ଟ ସହିତ ଆସୁଛି।

କନେକ୍ଟିଭିଟି ପାଇଁ ଏଥିରେ USB Type-C ପୋର୍ଟ, Bluetooth v5.1, ଡୁଆଲ ବ୍ୟାଣ୍ଡ୍‌ Wi-Fi, NFC ଏବଂ ଏକ 3.5mm ହେଡ୍‌ଫୋନ ଜ୍ୟାକ୍‌ ଦିଆଯାଇଛି। ଏହି ସ୍ମାର୍ଟଫୋନରେ ଅଣ୍ଡର୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ୍‌ ସେନ୍ସର ସହିତ ସିକ୍ୟୁରିଟି ପାଇଁ ଫେସ୍‌ ଅନଲକ୍‌ର ସୁବିଧା ମଧ୍ୟ ଉପଲବ୍ଧ ରହିଛି।

Oppo Reno 7Aର ଦାମ୍‌ ଏବଂ ଉପଲବ୍ଧତା

Oppo Reno 7Aକୁ ବର୍ତ୍ତମାନ ଜାପାନରେ ଲଞ୍ଚ୍‌ କରାଯାଇଛି। ଏହାର ଦାମ୍‌ JPY 45,800 ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି 26,700 ଟଙ୍କା ରଖାଯାଇଛି। ଏହି ଦାମ୍‌ ଏହାର ଏକମାତ୍ର 6GB ର‍୍ୟାମ୍‌ ଏବଂ 128GB ଷ୍ଟୋରେଜ୍‌ ଭ୍ୟାରିଏଣ୍ଟ୍‌ ପାଇଁ ଉପଲବ୍ଧ ରହିଛି। ଏହାକୁ Dream Blue ଏବଂ Starry Black କଲର୍‌ ଅପସନରେ ଉପଲବ୍ଧ କରାଯାଇଛି।

କହି ରଖୁଛୁ, ଗତବର୍ଷ Reno 5A ମାର୍କେଟ୍‌କୁ ଆସିଥିଲା। ଏବେ Oppo Reno 7A ଏହାର ଜାଗା ନେଇ ଯାଇଛି। ଫୋନ୍‌ର ଡିଜାଇନ୍‌ ଏବଂ ଫିଚର୍ସକୁ ଖୁବ୍‌ ପସନ୍ଦ କରାଯାଉଛି। Oppo Reno 7A ଉପରେ ସ୍ନାପ୍‌ଡ୍ରାଗନ 695 ଚିପ୍‌ସେଟ୍‌ କାମ କରୁଛି। ଏହା IP68-ରେଟେଡ୍‌ ଧୂଳି ଏବଂ ପାଣି ପ୍ରତିରୋଧ ପ୍ରଦାନ କରିଥାଏ। ଅତିରିକ୍ତ ଷ୍ଟୋରେଜ୍‌ ପାଇଁ ଏଥିରେ ମାଇକ୍ରୋଏସ୍‌ଡି କାର୍ଡ ସ୍ଲଟ୍‌ ରହିଛି। ଡିଭାଇସ୍‌ର ମାପ 59.7 x 73.4 x 76 mm ଥିବା ବେଳେ ଓଜନ ରହିଛି ପାଖାପାଖି 175 ଗ୍ରାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.