Below header

ଆଠଗଡ଼ର ଗୁଳିମାଡ଼ ହାତୀ ମୃତ୍ୟୁ ଘଟଣା: ତଦନ୍ତ ଲାଗି ସ୍ୱତନ୍ତ୍ର ଇନଭେଷ୍ଟିଗେସନ୍‌ ଟିମ୍‌ ଗଠନ

ଆଠଗଡ଼(କେନ୍ୟୁଜ): ହାତୀ ମୃତ୍ୟୁ ପାଇଁ ଏସ୍‌ଆଇଟି। ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ଼ ହୋଇଥିବା ହାତୀର ମୃତ୍ୟୁ ଘଟଣାର ତଦନ୍ତ ଲାଗି ସ୍ୱତନ୍ତ୍ର ଇନଭେଷ୍ଟିଗେସନ୍‌ ଟିମ୍‌ ଗଠନ କରାଯାଇଛି। ଅନୁଗୁଳ ସର୍କଲର ଚିଫ୍‌ କନଜରଭେଟର ଅଫ୍‌ ଫରେଷ୍ଟଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ରେ କଞ୍ଜରଭେଟର ଅଫ୍‌ ଫରେଷ୍ଟ ଓ କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ସଦସ୍ୟ ରହିବେ।

ତଦନ୍ତ ସମୟରେ ଯେଉଁ ଅଧିକାରୀଙ୍କ ସଂପୃକ୍ତି ଆସିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ଦୋଷୀଙ୍କୁ ବି ଛଡାଯିବ ନାହିଁ ବୋଲି କହିଛନ୍ତି PCCF। ମାସେ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ ଆନ୍ତଃରାଜ୍ୟ ରାକେଟର ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି। କେଉଁ ପରିସ୍ଥିତିରେ ହାତୀକୁ ଗୁଳି କରାଗଲା? ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.