ପ୍ରିୟଙ୍କା ଚୋପ୍ରା ସେୟାର କଲେ ଝିଅ ‘ମାଳତୀ’ର ଫଟୋ, ଆଈ କୋଳରେ ଶୋଇଥିବାର ଆସିଲା ନଜର…

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ତଳେ ସେ ନିଜର ବୋଲ୍ଡ ଅନ୍ଦାଜରେ ଫ୍ୟାନମାନଙ୍କୁ ମତୁଆଲା କରି ଦେଇଥିଲେ। ଆଉ ଏବେ ପ୍ରିୟଙ୍କା ସୋସିଆଲ ମିଡିଆରେ ନିଜ ଝିଅର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନମାନଙ୍କ ଖୁସି କହିଲେ ନ ସରେ। ଫଟୋକୁ ଖୁବ୍‌ ପସନ୍ଦ କରାଯାଉଛି।

ପ୍ରିୟଙ୍କା ଚୋପ୍ରା ନିକଟରେ ସୋସିଆଲ ମିଡିଆରେ ନିଜ ମା’ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ଏଥି ସହିତ ନିଜ ଝିଅର ଝଲକ୍‌ ମଧ୍ୟ ଦେଖାଇଥିଲେ। ପ୍ରିୟଙ୍କା ମା’ଙ୍କର ଯେଉଁ ଫଟୋ ପୋଷ୍ଟ୍‍ କରିଥିଲେ, ସେଥିରେ ତିନି ପିଢ଼ି ଏକାଠି ନଜର ଆସୁଛନ୍ତି। ଫଟୋ ଫ୍ରେମ୍‌ରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା, ନିଜେ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ଝିଅ ମାଳତୀ ମେରୀ ଚୋପ୍ରା ଜୋନସ୍‌ ଦେଖିବାକୁ ମିଳୁଛନ୍ତି। ଫଟୋରେ ଆଈ ମଧୁ ଚୋପ୍ରା ମାଳତୀକୁ କୋଳରେ ଧରି ବେଶ୍‌ ଖୁସି ଥିବାର ନଜର ଆସୁଛନ୍ତି।

ମା’ଙ୍କୁ ଜନ୍ମଦିନ ଓ୍ଵିଶ୍‌ କରି ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି ଯେ ‘ଜନ୍ମଦିନ ଶୁଭେଚ୍ଛା ମମା। ନିଜର ଏହି ପଜିଟିଭ୍‌ ହସ ସହିତ ଆପଣ ସବୁବେଳେ ଖୁସିରେ ଥାଆନ୍ତୁ। ଆପଣ ମୋତେ ଜୀବନ ପାଇଁ ନିଜର ଉତ୍ସାହ ଏବଂ ପ୍ରତ୍ୟେକ ଦିନର ଅନୁଭୂତି ଦ୍ୱାରା ବହୁତ ପ୍ରେରିତ କରିଛନ୍ତି। ଯେତିକି ମୁଁ ଜାଣିଛି, ଆପଣଙ୍କର ୟୁରୋପ ସୋଲୋଟ୍ରିପ୍‌ ସବୁଠାରୁ ଭଲ ବାର୍ଥ ଡେ’ ସେଲିବ୍ରେସନ ଥିଲା’। ଏଥିସହ ଝିଅ ମାଳତୀ ତରଫରୁ ସେ ଲେଖିଥିଲେ କି, ‘ଲଭ୍‌ ୟୁ ଟୁ ମୁନ୍‌ ଆଣ୍ଡ୍‌ ବ୍ୟାକ୍‌ ଟୁ ନାନୀ’।

କହି ରଖୁଛୁ, ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ଚଳିତ ବର୍ଷ ଜାନୁଆରୀରେ ସରୋଗେସି ଜରିଆରେ ମାଆ, ବାପା ହୋଇଛନ୍ତି। କପଲ୍‌ ନିଜ ଝିଅର ନାମ ମାଳତୀ ମେରୀ ଚୋପ୍ରା ଜୋନସ୍‌ ରଖିଛନ୍ତି। ଏହି ନାମ ପ୍ରିୟଙ୍କାଙ୍କ ମା’ ଓ ଶାଶୁ ଉଭୟଙ୍କ ନାମ ଅନୁସାରେ ରଖାଯାଇଛି। ମାଳତୀ ବହୁତ କଠିନ ପରିସ୍ଥିତିରେ ଜନ୍ମ ହୋଇଥିଲା। ମାଳତୀକୁ ୧୦୦ ଦିନ ପରେ ଏନ୍‌ଆଇସିୟୁରୁ ଘରକୁ ଅଣା ଯାଇଥିଲା।

ଓ୍ଵାର୍କଫ୍ରଣ୍ଟ୍‌ ଦେଖିଲେ, ବର୍ତ୍ତମାନ ପ୍ରିୟଙ୍କା ବହୁତ ଜଲ୍‌ଦି ହଲିଉଡ୍‌ ଫିଲ୍ମ ‘ଇଟ୍‌ସ ଅଲ୍‌ କମିଙ୍ଗ୍‌ ବ୍ୟାକ୍‌ ଟୁ ମି’ରେ ନଜର ଆସିବାକୁ ଯାଉଛନ୍ତି। ଏବେ ସେ ‘ସିଟାଡେଲ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍‌ଙ୍କ ସହ ଫରହାନ୍‌ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ରେ ମଧ୍ୟ ନଜର ଆସିବେ।

 

View this post on Instagram

 

A post shared by Priyanka (@priyankachopra)