ନିଜର 3G ୟୁଜରର୍ସଙ୍କୁ 4G କରୁଛି VI, ମିଳିବ ଫାଷ୍ଟ କନେକ୍ଟିଭିଟି

ଭୋଡାଫୋନ-ଆଇଡିଆ(VI) ନିଜର 3G ୟୁଜର୍ସଙ୍କୁ4G ରେ ଅପଗ୍ରେଡ କରିବାକୁ ଯୋଜନା ଚଳାଇଛି। କମ୍ପାନୀ ନିଜର ସମସ୍ତ ୩ଜି ଗ୍ରାହକଙ୍କୁ ଖୁବଶୀଘ୍ର ୪ଜିରେ ଅପଗ୍ରେଡ କରିବ। ଭିଆଇ ପକ୍ଷରୁ କୁହାଯାଇଛି ଯେ, Vi GIGAnet ଟେକ୍ନୋଲୋଜି ଅଧିନରେ ୟୁଜର୍ସଙ୍କୁ ଫାଷ୍ଟ ଡାଟା ସ୍ପିଡ ଏବଂ ସର୍ଭିସ ଦେବା ପାଇଁ ଏମିତି କରାଯାଉଛି।

ଏହାଛଡା ୨ଜି ୟୁଜର୍ସଙ୍କୁ ବେସିକ ଭଏସ ସର୍ଭିସ ବନ୍ଦ ହେବନି। କମ୍ପାନୀ ମୁତାବକ, ଏଣ୍ଟରପ୍ରାଇଜ କଷ୍ଟମର୍ସ ଯେଉଁମାନେ ୩ଜି ବେସଡ ସର୍ଭିସ ବ୍ୟବହାର କରୁଛନ୍ତି ସେମାନଙ୍କୁ ୪ଜି ଏବଂ ୪ଜି ବେସଡ IOT ଆପ୍ଲିକେସନ ଏବଂ ସର୍ଭରରେ ଅପଗ୍ରେଡ କରାଯିବ।

vi images

ଭୋଡାଫୋନ-ଆଇଡିଆ ଲିମିଟେଡ୍‌ର ଏମଡି ଏବଂ ସିଇଓ ରବିନ୍ଦ୍ର ଟକ୍କର କହିଛନ୍ତି, ‘ ଆମ ଇଣ୍ଟିଗ୍ରେସନ ପୁରା ହେଉଛି ଏବଂ ପୂର୍ବରୁ ୪ଜି ସର୍ଭିସ ୧ ଅରବ ଭାରତୀୟଙ୍କ ପାଖରେ ପହଞ୍ଚିସାରିଲାଣି। ଏବେ ସେମାନେ ପ୍ୟାନ ଇଣ୍ଡିଆ ବେସିସିରେ ଫାଷ୍ଟର ଡାଟା ଆକ୍ସେସ କରିପାରିବେ। ସୂଚନାଯୋଗ୍ୟ, L900 ଟେକ୍ନୋଲୋଜି ଡିପ୍ଲୋଏମେଣ୍ଟ ଜରିଆରେ ଅନେକ ସ୍ଥାନରେ ୪ଜିର ଇନଡୋର କଭରେଜ ଉନ୍ନତ ହୋଇଛି। ନିକଟରେ ଭୋଡାଫୋନ ଏବଂ ଆଇଡିଆ ଏକାଠି ହୋଇ VI ନାମରେ କମ୍ପାନୀ ରିବ୍ରାଣ୍ଡ ହୋଇଛି। ୨୦୧୮ରେ ଭୋଡାଫୋନ ଏବଂ ଆଇଡିଆର ଭାରତରେ ଇଣ୍ଟିଗ୍ରେସନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.