Vodafone ଗ୍ରାହକଙ୍କୁ ବଡ ଝଟକା ! ବନ୍ଦ ହେଲା ଏହି ତିନୋଟି ଲୋକପ୍ରିୟ ପ୍ରିପେଡ ରିଚାର୍ଜ ପ୍ଲାନ

ଟେଲିକମ କମ୍ପାନୀ ଭୋଡଫୋନ-ଆଇଡିଆ ଲକଡାଉନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଗ୍ରାହକଙ୍କୁ ଜୋରଦାର ଝଟକା ଦେଇଛି। କମ୍ପାନୀ ଦେଶର ୮ଟି ସର୍କଲରେ ଡବଲ ଡାଟା ଅଫର ଦେଉଥିବା ପ୍ଲାନକୁ ବନ୍ଦ କରିଦେଇଛି। କମ୍ପାନୀ ଗତ ମାସ ୨୪୯ ଟଙ୍କା, ୩୯୯ ଟଙ୍କା ଏବଂ ୫୯୯ ଟଙ୍କା ପ୍ଲାନରେ ଡବଲ ଡାଟା ଅଫର ଦେଉଥିଲା। ଏହି ପ୍ଲାନରେ ଗ୍ରାହକଙ୍କୁ ୧.୫ ଜିବି ଡାଟା ମିଳୁଥିଲା ଏବଂ ଡବଲ ଡାଟା ଅଫର ପରେ ଏହା ୩ଜିବି ହେଇଯାଉଥିଲା।

ରିପୋର୍ଟ ଅନୁଯାୟୀ ଭୋଡଫୋନ-ଆଇଡିଆ ଜଣାଇଛି ଯେ ଆନ୍ଧ୍ରପ୍ରଦେଶ, ବିହାର, କେରଳ, ମହାରାଷ୍ଟ୍ର ଏବଂ ଗୋଆ, ନର୍ଥ ଇଷ୍ଟ, ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ୟୁଜର୍ସଙ୍କୁ ଏବେ ଡବଲ ଡାଟା ଅଫର ମିଳିବନାହିଁ।

vodafon୨୪୯ ଟଙ୍କିଆ ପ୍ଲାନ

ଡବଲ ଡାଟା ଅଫର ପାଇବା ପରେ ୟୁଜର୍ସଙ୍କୁ ଏହି ପ୍ଲାନରେ ପ୍ରତିଦିନ ୩ଜିବି ଡାଟା ମିଳୁଥିଲା। କିନ୍ତୁ ଏବେ ଏହି ପ୍ଲାନରେ ୧.୫ଜିବି ଡାଟା ମିଳିବ। ୟୁଜର୍ସଙ୍କୁ ଏହି ପ୍ଲାନରେ ପୂର୍ବରୁ ଯେମିତି ଅନଲିମିଟେଡ଼ କଲିଂ ଏବଂ ୧୦୦ ଏସଏମଏସର ସୁବିଧା ମିଳିବ। ଏହାଛଡା ୟୁଜର୍ସଙ୍କୁ ଭୋଡଫୋନ ପ୍ଲେ ଏବଂ Zee5 ଭଳି ପ୍ରିମୀୟମ ଆପ ଉପଲବ୍ଧ ରହିବ। ଏହି ପ୍ୟାକର ବୈଧତା ୨୮ ଦିନର ଅଟେ।

୩୯୯ ଟଙ୍କିଆ ପ୍ଲାନ

ଡବଲ ଡାଟା ଅଫର ଦ୍ୱାରା ୟୁଜର୍ସଙ୍କୁ ଏହି ପ୍ଲାନରେ ପ୍ରତିଦିନ ୩ଜିବି ଡାଟା ମିଳୁଥିଲା। କିନ୍ତୁ ଏବେ ଏହି ପ୍ଲାନରେ ୧.୫ଜିବି ଡାଟା ମିଳିବ। ୟୁଜର୍ସଙ୍କୁ ଏହି ପ୍ଲାନରେ ପୂର୍ବରୁ ଯେମିତି ଅନଲିମିଟେଡ଼ କଲିଂ ଏବଂ ୧୦୦ ଏସଏମଏସର ସୁବିଧା ମିଳିବ। ଏହାଛଡା ୟୁଜର୍ସଙ୍କୁ ଭୋଡଫୋନ ପ୍ଲେ ଏବଂ Zee5 ଭଳି ପ୍ରିମୀୟମ ଆପ ଉପଲବ୍ଧ ରହିବ। ଏହି ପ୍ୟାକର ଭ୍ୟାଲିଡିଟି ୫୬ ଦିନର ଅଟେ।

୫୯୯ ଟଙ୍କିଆ ପ୍ଲାନ

ଡବଲ ଡାଟା ଅଫର ପାଇବା ପରେ ୟୁଜର୍ସଙ୍କୁ ଏହି ପ୍ଲାନରେ ପ୍ରତିଦିନ ୩ଜିବି ଡାଟା ମିଳୁଥିଲା। କିନ୍ତୁ ଏବେ ଏହି ପ୍ଲାନରେ ୧.୫ଜିବି ଡାଟା ମିଳିବ। ୟୁଜର୍ସଙ୍କୁ ଏହି ପ୍ଲାନରେ ପୂର୍ବରୁ ଯେମିତି ଅନଲିମିଟେଡ଼ କଲିଂ ଏବଂ ୧୦୦ ଏସଏମଏସର ସୁବିଧା ମିଳିବ। ଏହାଛଡା ୟୁଜର୍ସଙ୍କୁ ଭୋଡଫୋନ ପ୍ଲେ ଏବଂ Zee5 ଭଳି ପ୍ରିମୀୟମ ଆପ ଉପଲବ୍ଧ ରହିବ। ଏହି ପ୍ୟାକର ବୈଧତା ୮୪ ଦିନର ଅଟେ।

Leave A Reply

Your email address will not be published.