ରାଜ୍ୟର ୧୩ କୋରୋନା ପଜିଟିଭ ମଧ୍ୟରୁ ୫ ଯାଜପୁର ଜିଲ୍ଲାର,ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର ଟାଉନ(କେନ୍ୟୁଜ): ଆଜି ରାଜ୍ୟର ୧୩ କୋରୋନା ପଜିଟିଭ ମଧ୍ୟରୁ ୫ ଜଣ ଯାଜପୁର ଜିଲ୍ଲାର ବୋଲି ଜଣା ପଡ଼ିଛି।ଯାଜପୁର ବ୍ଲକ ରୁ ୩ ଜଣ,କୋରେଇ ବ୍ଲକରୁ ଜଣେ ଏବଂ ଦସରଥପୁର ବ୍ଳକ ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡ଼ିଛି। ସମସ୍ତ ଙ୍କ ବୟସ ୨୮ରୁ ୬୫ ହେବ। ସମସ୍ତେ କଲିକତାରୁ ଆସିଥିବା ଜଣାପଡିଛି। ଯାଜପୁର ବ୍ଲକର ବାସୁଦେବପୁର,ମାର୍କଣ୍ଡପୁର ଏବଂ ବେହେରା ପାଟଣା ଅଂଚଳରୁ ଜଣେ ଲେଖାଏଁ, ଦଶରଥପୁର ବ୍ଲକ ର ବିରଜାପୁର,କୋରେଇ ବ୍ଲକର ମୁକୁନ୍ଦପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।ଚିନ୍ହଟ ହୋଇଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପଂଚାୟତ କୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କଲେ ଯାଜପୁର ଜିଲ୍ଲାପାଳ । ସଂକ୍ରମଣ କୁ ରୋକିବା ପାଇଁ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ଅକ୍ରାନ୍ତଙ୍କ ପରିବାରଵର୍ଗ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ଟେଷ୍ଟ କରାଯାଇ ସମସ୍ତଙ୍କୁ କ୍ୟାରେଣ୍ଟିଂନ ରେ ରଖାଯିବ ।

 

 

Leave A Reply

Your email address will not be published.