Below header

ବିଜୟା ମାଲ୍ୟାଙ୍କୁ ଲାଗିଲା ବଡ଼ ଝଟକା, ଲଣ୍ଡନ କୋର୍ଟରେ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନ ହେଲା ଖାରଜ

ଭାରତ ସରକାରଙ୍କ ଦ୍ୱାରା ପଳାତକ ଘୋଷିତ ହୋଇଥିବା କିଙ୍ଗଫିସର ଏୟାରଲାଇନ୍ସର ପୂର୍ବ ମାଲିକ ବିଜୟ ମାଲ୍ୟଙ୍କୁ ଲାଗିଛି ବଡ଼ ଝଟକା । ଏବେ ସେ ଲଣ୍ଡନରେ ଆତ୍ମ ଗୋପନ କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପ୍ରତ୍ୟର୍ପଣ ପାଇଁ ବ୍ରିଟିସ ସରକାରଙ୍କୁ ଆବେଦନ କରାଯାଇଥିଲା ।

ତେବେ ପ୍ରତ୍ୟର୍ପଣକୁ ବିରୋଧ କରି ମାଲ୍ୟ ଲଣ୍ଡନ ହାଇକୋର୍ଟରେ ଗତ ଫେବ୍ରୁଆରୀ ମାସରେ ଏକ ମାମଲା ଦାୟର କରିଥିଲେ । ଲଣ୍ଡନ କୋର୍ଟ ତାଙ୍କ ପ୍ରତ୍ୟର୍ପଣ ମାମଲା ସମ୍ପର୍କରେ ଶୁଣାଣି କରି ଆଜି ତାଙ୍କ ମାମଲାକୁ ଖାରଜ କରିଦେଇଛନ୍ତି ।

mallya

ଭାରତର ବିଭିନ୍ନ ବ୍ୟାଙ୍କ୍‌ରେ କିଙ୍ଗଫିସର ଏୟାରଲାଇନ୍ସ ନାମରେ ମାଲ୍ୟ ୯ ହଜାର କୋଟି ଟଙ୍କା ଋଣ ନେଇଥିଲେ । ଋଣ ପରିଶୋଧ ନକରି ସେ ଫେରାର୍‌ ହୋଇଯାଇ ଲଣ୍ଡନରେ ଆତ୍ମ ଗୋପନ କରିଥିଲେ ।

ହାଇକୋର୍ଟ ତାଙ୍କର ପ୍ରତ୍ୟର୍ପଣ ମାମଲା ଖାରଜ କରିଦେଇଥିବାରୁ ଏବେ ତାଙ୍କୁ ଭାରତ ଅଣାଯିବା ସହଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.