କାହାର ସାହାଯ୍ୟ ନେଲେ ନାହିଁ, ଘରେ ହିଁ ନିଜେ ନିଜର ଚୁଟି କଟିଲେ ସଚିନ ତେନ୍ଦୁଲକର, ଫଟୋ ପୋଷ୍ଟ କରି ମାଗିଲେ ମତାମତ

କରୋନା ଭାଇରସ ଯୋଗୁ ଭାରତରେ 3 ମେ’ ଯାଏ ଲକଡାଉନ ଲାଗୁ ହୋଇଛି। ଏଭଳି ସମୟରେ କ୍ରିକେଟରମାନେ ନିଜକୁ ବ୍ୟସ୍ତ ରଖିବା ପାଇଁ ଘରେ ନିଜେ ନିଜର ହେୟାର କଟ ଏବଂ ସେଭିଂ କରୁଥିବାର ନଜର ଆସୁଛନ୍ତି। ଏବେ ଏଥିରେ ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜେ ନିଜର ଚୁଟି କାଟୁଥିବା ଦେଖିବାକୁ ମିଳୁଛି।

ଫଟୋ ସେୟାର କରି ସଚିନ କ୍ୟାପସନ ଲେଖିଛନ୍ତି, ‘ସ୍କୋୟାର କଟସ ଖେଲିବାଠୁ ନେଇ ନିଜର ହେୟାର କଟ କରିବା ଯାଏ, ସବୁବେଳେ ଅଲଗା ଅଲଗା ଜିନିଷ କରିବା ମୁଁ ଏନଞ୍ଜୟ କରିଆସିଛି। କେମିତି ଲାଗୁଛି ମୋ ନୂଆ ହେୟାରଷ୍ଟାଇଲ ଆଲିମ ହକିମ ଓ ନନ୍ଦନ ନାୟକ’? କହି ରଖୁଛୁ, ସଚିନ ନିଜେ ହିଁ ନିଜର ଚୁଟି କାଟି ନୂଆ ହେୟାରଷ୍ଟାଇଲ କରିଛନ୍ତି। ସେ ଦେଶର ଦୁଇ ଖ୍ୟାତନାମା ହେୟାର ଷ୍ଟାଇଲିଷ୍ଟ ଆଲିମ ହକିମ ଓ ନନ୍ଦନ ନାୟକଙ୍କୁ ଟ୍ୟାଗ କରି ସେମାନଙ୍କ ମତ ଜାଣିବାକୁ ଚାହିଁଛନ୍ତି।

ତେବେ ସଚିନଙ୍କ ପୂର୍ବରୁ ଭାରତୀୟ କ୍ୟାପଟେନ ବିରାଟ କୋହଲି ମଧ୍ୟ ଲକଡାଉନ ସମୟରେ ଘରେ ହିଁ ନିଜର ହେୟାର କଟ କରେଇଥିଲେ। ତାଙ୍କର ହେୟାର କଟ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା କରିଥିଲେ। ସୂଚନାଥାଉ କି, କରୋନା ଯୁଦ୍ଧରେ ସଚିନ ତେନ୍ଦୁଲକର 50 ଲକ୍ଷ ଟଙ୍କା ସହାୟତା ରାଶି ଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.