Below header

Vodafone ମାର୍କେଟ ଲଞ୍ଚ କଲା ନୂଆ ପ୍ରି-ପେଡ଼ ପ୍ଲାନ, ପ୍ରତିଦିନ ମିଳିବ ୧.୫ ଜିବି ଡାଟାର ସୁବିଧା

ଭାରତର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଭୋଡ଼ାଫୋନ ବଜାରରେ ନୂଆ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ଦର ରହିଛି ୪୯୯ ଟଙ୍କା । ଏହା ବାଦ କମ୍ପାନୀ ନିଜ ୫୫୫ ଟଙ୍କିଆ ପ୍ଲାନର ବୈଧତାକୁ ବି ବଢ଼ାଇ ଦେଇଛି । ଉପଭୋକ୍ତା ମାନଙ୍କୁ ଏହି ସମସ୍ତ ପ୍ଲାନରେ ୧ ଯିବି ଅଧିକ ଡାଟା ସମେତ ଅନଲିମିଟେଡ଼ କଲିଙ୍ଗର ବି ସୁବିଧା ମିଳି ପାରିବ । ଆସନ୍ତୁ ଏସବୁ ପ୍ଲାନ ଗୁଡିକ ବିଷୟରେ ଜାଣିବା:

ଭୋଡ଼ାଫୋନର ୪୯୯ ଟଙ୍କିଆ ପ୍ରିପେଡ଼ ପ୍ଲାନ:

କମ୍ପନୀ ତରଫରୁ ଏହି ପ୍ଲାନ ଗୁଡିକୁ ସମସ୍ତ ସର୍କଲରେ ଲଞ୍ଚ କରାଯାଇଛି । ଉପଭୋକ୍ତା ମାନଙ୍କୁ ଏହି ପ୍ୟାକରେ ପ୍ରତିଦିନ ୧.୫ ଜିବି ଡାଟା ସୁବିଧା ମିଳିପାରିବ । ଏସବୁ ବାଦ ୟୁଜର୍ସ ମାନେ କୌଣସି ନେଟୱର୍କକୁ ମାଗଣା କଲ କରିପାରିବେ । ପାଞ୍ଚଟି ପ୍ରିମିୟମ ଆପ୍ସକୁ ମାଗଣା ସର୍ବସ୍ୱଜ୍ରିପ୍ସନର ସୁବିଧା ମଧ୍ୟ ଦିଆଯାଇଛି । ଯେବେକି ଏହାର ବୈଧତା ରହିବ ମାତ୍ର ୭୦ ଦିନ ।

vodafone

ଭୋଡାଫୋନର ୫୫୫ ଟଙ୍କିଆ ପ୍ଲାନ:

ଉପଭୋକ୍ତା ମାନଙ୍କୁ ଏହି ପ୍ୟାକରେ ପ୍ରତିଦିନ ୧.୫ ଡାଟା ଓ ୧୦୦ ଏସଏମଏସ ସୁବିଧା ମିଳିବା ସହ ୟୁଜର୍ସ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ କରିପାରିବେ । ଯେବେକି ଏହାର ବୈଧତା ରହିବ ୭୭ ଦିନ । ଏହା ପୂର୍ବରୁ କିନ୍ତୁ ପ୍ଲାନର ଅବଧି ଥିଲା ମାତ୍ର ୭୦ ଦିନ ।

ଭୋଡ଼ାଫୋନ ୩୯୯ ଟଙ୍କିଆ ପ୍ଲାନ:

ଆପଣଙ୍କୁ ଏହି ପ୍ଲାନରେ ୨୦୦ ଜିବି ରୋଲଓଭର ସୁବିଧା ସହିତ ୪୦ ଜିବି ଡାଟା ଓ ୧୦୦ ଏସଏମଏସର ସୁବିଧା ବି ଉପଲବ୍ଧ ହେବ । ଏହା ସହ ଆପଣ କୌଣସି ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ ବି କରିପାରିବେ । କମ୍ପାନୀ ଏଥିରେ ମୋବାଇଲ ଇନ୍ସୁରାନ୍ସ, ଆମଜାନ ପ୍ରାଇମ ଓ ଜି ୫ ଆପ୍ସର ମାଗଣା ସବସ୍କ୍ରିପସନ ସୁବିଧା ବି ମିଳିପାରିବ ।

ଭୋଡ଼ାଫୋନର ୭୪୯ ଟଙ୍କିଆ ପ୍ଲାନ:

ଆପଣଙ୍କୁ ଏହି ପ୍ଲାନରେ ୨୦୦ ଜିବି ରୋଲ ଓଭର ସୁବିଧା ସହ ୧୨୦ ଜିବି ଡାଟା ଓ ୧୦୦ ଏସଏମଏସ ମିଳିପାରିବ । ଏସବୁ ବାଦ ଏସବୁ ପ୍ଲାନରେ ମୋବାଇଲ ଇନ୍ସୁରାନ୍ସ, ଅମଜାନ ପ୍ରାଇମ ସମେତ ଜି ୫ର ମାଗଣା ସବସ୍କ୍ରିପସନ ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.