ଆଜି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ ଫାଇନାଲ, ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଆଜି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ ଫାଇନାଲ । ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ସେମିରେ ଏକ ତରଫା ଭାବେ ପାକିସ୍ତାନକୁ ୧୦ ଓ୍ଵିକେଟରେ ହରାଇ ଫାଇନାଲକୁ ଟିକେଟ କାଟିଛି ଭାରତୀୟ ଜୁନିୟିର ଟିମ । ଜବରଦସ୍ତ ଫମରେ ଅଛି ଜୁନିୟର ମେନ ଇନ ବ୍ଲ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ କମାଲ ଦେଖାଇ ସାରିଛି । ସପ୍ତମ ଥର ବିଶ୍ୱକମ୍‌ ଫାଇନାଲ୍‌ରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ୨୦୧୮ ବିଶ୍ୱକପ୍‌ର ଡିଫେଣ୍ଡିଂ ଚାମ୍ପିଅନ୍‌ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଜବରଦସ୍ତ ପ୍ରଦର୍ଶନ ସହ ଫାଇନାଲକୁ ଟିକେଟ କାଟିଛି । ଭାରତ ୪ ଥର ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଚାମ୍ପିଅନ୍‌ ହୋଇଛି । ଏବେ ୫ ଥର ଚାମ୍ପିଅନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ଟୁର୍ଣ୍ଣାମେଣ୍ଟରେ ଭଲ ଫର୍ମରେ ଅଛି ବାଂଲା ବାହିନୀ । ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.