Below header

ଏହି Password ବ୍ୟବହାର କରୁଥିଲେ ସାବଧାନ୍, ହ୍ୟାକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଳୀ : ୨୦୧୮ ଶେଷ ହୋଇଥିବା ବେଳେ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ବର୍ଷ । ତେବେ ବର୍ଷର ଶେଷ ହେଉଥିବା ବେଳେ ଏହା ଜରୁରୀ କି ଆମେ ଏହି ମଧ୍ୟରେ ହୋଇଥିବା ଡ଼ାଟା ଚୋରି ଏବଂ ସିକ୍ୟୁରିଟିକୁ ନେଇ ନିଜ ଆକାଉଣ୍ଟକୁ ସୁରକ୍ଷତ କରିବା। ଏବେ ନିକଟରେ ମିଳିଥିବା ମିଡ଼ିଆ ରିପୋର୍ଟ ମୁତାବକ, Marriottରେ ପ୍ରାୟ ୫୦୦ ମିଲିୟନ ଗ୍ୟାଜେଟ୍ସର ଡ଼ାଟା ଚୋରି ହୋଇଯାଇଛି।

Worst-Passwordsତେବେ ଏହା ପ୍ରଥମ ଥର ନୁହଁ ଏହା ପୂର୍ବରୁ ମଧ୍ୟ ଅନେକ ବଡ଼ବଡ଼ କମ୍ପାନି ମାନଙ୍କର ଡ଼ାଟା ଚୋରି ହୋଇଥିଲା। ବାରମ୍ବାର ଡ଼ାଟା ଚୋରି ହେବା ଘଟଣା ପରେ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଗ୍ରାହକ ନିଜର ପାସୱାର୍ଡ଼ ପରିବର୍ତ୍ତନ କରିଥାନ୍ତି। ଏହା ବାଦ ମଧ୍ୟ ୨୦୧୮ ମସିହାର ଲୋକପ୍ରିୟ ଏବଂ ବହୁ ବ୍ୟବହୃତ ପାସୱାର୍ଡ଼ ରହିଥିଲା ୧୨୩୪୫୬। ତେବେ ସହଜରେ ମନେ ରଖିବାକୁ ଯାଇ ଅଧିକ ବ୍ୟବହାର କରାଯାଇଥିବା ଏହି ପାସୱାର୍ଡ଼ ବାସ୍ତବରେ ଅସୁରକ୍ଷିତ।

passworrd

ସବୁଠାରୁ ଖରାପ ଏବଂ ଅସୁରକ୍ଷିତ ପାସୱାର୍ଡ଼

ପାଓ୍ବାର ମେନେଜମେଣ୍ଟ କମ୍ପାନି SplashID ବର୍ଷର ସବୁଠାରୁ ଖରାପ ଏବଂ ଅସୁରକ୍ଷିତ ପାସୱାର୍ଡ଼ର ଲିଷ୍ଟ ଜାରି କରିଛି। ଏଥିରେ ପ୍ରଥମରେ ରହିଛି ୧୨୩୪୫୬ ପାସୱାର୍ଡ଼। ସେହିପରି ଅତ୍ୟଧିକ ବ୍ୟବହାର ହୋଇଥିବା ପାସୱାର୍ଡ଼ ମଧ୍ୟରେ password, ୧୨୩୪୫୬୭୮୯, qwerty, admin ଆଦି ରହିଥିବା ବେଳେ ନୂତନ ଭାବେ ବ୍ୟବହାର ପାସଓ୍ବାର୍ଡ଼ ମଧ୍ୟରେ princess, sunshine, !@#$%^&* ଏବଂ Donald ରହିଛି।

password-generator

ନଜର ପକାଇବା ଚଳିତ ବର୍ଷର ୨୫ ସବୁଠାରୁ ଅଦୁରକ୍ଷିତ ଏବଂ ଖରାପ ପାସୱାର୍ଡ଼ ଉପରେ :

123456, password, 123456789, 12345678, 12345, 111111, 1234567, sunshine, qwerty, iloveyou, princess, admin, welcome, 666666, abc123, football, 123123, monkey, 654321, !@#$%^&*, Charlie, aa123456, Donald, password1 और qwerty123 । ଯଦି ଆପଣ ମଧ୍ୟ ଏହି ମଧ୍ୟରୁ କୌଣସି ପାସୱାର୍ଡ଼ ବ୍ୟବହାର କରୁଛନ୍ତି ତେବେ ତୁରନ୍ତୁ ତାହାକୁ ବଦଳନ୍ତୁ। କାରଣ ଏହା ଦ୍ବାରା ଆପଣଙ୍କ ଆକାଉଣ୍ଟ ହ୍ୟାକ ହେବାର ଅଧିକ ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.