Below header

ଏହି ଏଟିଏମ୍‌ କାର୍ଡ ଖରାପ୍‌ ସମୟରେ ଆପଣଙ୍କୁ କରିବ ସାହାଯ୍ୟ, ମିଳିଯିବ ୧୦ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ବନାଇବେ ଏହି କାର୍ଡ

ଅଧିକାଂଶ ଲୋକ ସାଙ୍ଗରେ କ୍ୟାସ୍‌ ନନେଇ ସପିଙ୍ଗ୍‌ ପାଇଁ ଏଟିଏମ୍‌ କାର୍ଡ ବ୍ୟବହାର କରିଥାନ୍ତି । ଯଦି ଆପଣଙ୍କ ପାଖରେ ‘ରୁପେ’ ଏଟିଏମ୍‌ କାର୍ଡ ଅଛି ଆପଣ ବହୁତ ଲାଭ ପାଇପାରିବେ । ଏହା ଆପଣଙ୍କ ଅସୁବିଧା ସମୟରେ ବହୁତ କାମ ଦେଇପାରେ । ‘ରୁପେ’ ଏଟିଏମ୍‌  କାର୍ଡରେ ଆପଣଙ୍କୁ ଫ୍ରି(ବିନା ମୂଲ୍ୟ)ରେ ୧୦ ଲକ୍ଷ ଟଙ୍କା ଯାଏ ଇନ୍‌ସ୍ୟୁରାନ୍ସ ମିଳିବ । ଏଥିସହିତ ଏହି କାର୍ଡର ଆହୁରି କିଛି ଆକର୍ଷକ ଫାଇଦା ରହିଛି ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ ।

ଆସନ୍ତୁ ଆପଣଙ୍କୁ ଆଜି ‘ରୁପେ’ କାର୍ଡର କେତେକ ଲାଭକାରୀ ତଥ୍ୟ ବିଷୟରେ କହିବାକୁ ଯାଉଛୁ । 

-ଏହି କାର୍ଡର ଦେଣନେଣ ପ୍ରକ୍ରିୟା ପୁରା ଦେଶରେ ହୋଇଥାଏ । ତେଣୁ ଅନ୍ୟ କାର୍ଡ ତୁଳନାରେ ଏହି କାର୍ଡର ବହୁତ ଫାଇଦା ।

-ଏହା ଏକ ଭାରତୀୟ ସ୍କିମ୍‌ । ତେଣୁ ରୁପେର ଅଫର୍ସ ଭାରତୀୟ ଉପଭୋକ୍ତାଙ୍କୁ ଆଖିରେ ରଖି କରାଯାଇଛି ।

rupay

ବିଦେଶରେ ବ୍ୟବହାର କଲେ ମିଳିଥାଏ ଏହି ଫାଇଦା

ଅନ୍ୟକାର୍ଡ ତୁଳନାରେ ରୁପେ କାର୍ଡ ବହୁତ ଶସ୍ତା ହୋଇଥାଏ । ନେସ୍‌ନାଲ୍‌ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(ଏମ୍‌ପିସିଆଇ) ଏହାର ଦେଖାଶୁଣା କରିଥାଏ । ଏହି କାର୍ଡ ଜରିଆରେ କ୍ଲେମ୍‌ ଅର୍ଥ ମଧ୍ୟ ଏମ୍‌ପିସିଆଇ ଦେଇଥାଏ । ଯଦି ଆପଣ ବିଦେଶରେ ଏହି କାର୍ଡକୁ ବ୍ୟବହାର କରୁଛନ୍ତି ତେବେ ଏଟିଏମ୍‌ ଜରିଆରେ ବ୍ୟବହାର କଲେ ୫ ପ୍ରତିଶତ ଓ ପିଓଏସ୍‌ ମେସିନ୍‌ ଜରିଆରେ ବ୍ୟବହାର କଲେ ୧୦ ପ୍ରତିଶତ କ୍ୟାସ୍‌ବ୍ୟାକ୍‌ ମିଳିବ ବୋଲି ଜଣାପଡ଼ିଛି ।

ଇନ୍‌ସ୍ୟୁରାନ୍ସ ସୁବିଧା

‘ରୁପେ’ ନନ୍‌ ପ୍ରିମିୟମ୍‌ କାର୍ଡ ରଖିଥିବା ଗ୍ରାହକଙ୍କ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ସବୁଦିନ ପାଇଁ ବିକଳାଙ୍ଗ ହେଲେ ୧ ଲକ୍ଷ ଟଙ୍କା ଯାଏ ବୀମା ରାଶି ମିଳୁଥିବା ବେଳେ ପ୍ରିମିୟମ୍‌ କାର୍ଡ ହୋଲ୍ଡରଙ୍କୁ ୨ ଲକ୍ଷ ଟଙ୍କା ବୀମା ରାଶି ମିଳିଥାଏ ।

କେମିତି ମିଳିବ ଏହି ରୁପେ କାର୍ଡ

ଏସ୍‌ବିଆଇ ଓ ପିଏନ୍‌ବି ସହିତ ସମସ୍ତ ପ୍ରମୁଖ ସରକାରୀ ବ୍ୟାଙ୍କ୍‌ ଏହି କାର୍ଡ ଜାରି କରିଥାଏ । ଏଥିସହ ଏଚ୍‌ଡିଏଫ୍‌ସି,ଆଇସିଆଇସିଆଇ ଓ ଏକ୍ସିସ୍‌ ବ୍ୟାଙ୍କ ସହ ଅଧିକାଂଶ ପ୍ରାଇଭେଟ୍‌ ବ୍ୟାଙ୍କ୍‌ ମଧ୍ୟ ଏହି କାର୍ଡ ଜାରି କରିଥାଏ । ଆପଣ ଆପଣଙ୍କ ବ୍ୟାଙ୍କ୍‌ ସହ ଏ ସମ୍ପର୍କରେ ଯୋଗାଯୋଗ କରିପାରିବେ । ଦୁର୍ଘଟଣାରେ ମୃତ୍ୟୁ ହେବା ଦ୍ୱାରା ଓ ସବୁଦିନ ପାଇଁ ବିକଳଙ୍ଗା ସ୍ଥିତିରେ ଇନ୍‌ସ୍ୟୁରାନ୍ସ କଭର ମିଳିଥାଏ ।

ରୁପେ କାର୍ଡ ୨ ପ୍ରକାର ହୋଇଥାଏ । କ୍ଲାସିକ୍‌ ଓ ପ୍ରିମିୟମ୍‌ । କ୍ଲାସିକ୍‌ କାର୍ଡ ଉପରେ ୧ ଲକ୍ଷ ଓ ପ୍ରିମିୟମ୍‌ କାର୍ଡ ଉପରେ ୧୦  ଲକ୍ଷ ଟଙ୍କା ଯାଏ କଭର ମିଳିଥାଏ । ଅଧିକ ଜାଣିବା ପାଇଁ https://www.rupay.co.in/sites/all/themes/rupay/document/Insurance-Cover-RuPay-Debit-Cards.pdf     ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.