କୋଭିଡ ଯୋଦ୍ଧାଙ୍କ ବଳିଦାନ ପାଇଁ ଆସନ୍ତାକାଲି ସଂଧ୍ୟା ୬ଟାରେ ୧ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ ନବୀନଙ୍କ ନିବେଦନ

କେନ୍ୟୁଜ (ବ୍ୟୁରୋ): କୋଭିଡ୍‌ ଯୁଦ୍ଧରେ ଅନେକ ବଳିଦାନ ଦେଇଛନ୍ତି । ସେମାନଙ୍କ ତ୍ୟାଗକୁ ସ୍ମରଣ କରିବା ସହ ସମ୍ମାନ ଜଣାଇବାକୁ ୧ ମିନିଟର ନିରବ ପ୍ରାର୍ଥନା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। କାଲି ସଂଧ୍ୟା ଛଅଟାରେ ଏହି ନିରବ ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ପ୍ରାର୍ଥନା ପରେ ଆମ ପରିବାରର ସୁରକ୍ଷା ପାଇଁ କୋଭିଡ୍‌ ନିୟମାବଳିର କଡ଼ାକଡି ପାଳନ ସମ୍ପର୍କରେ ସମସ୍ତଙ୍କୁ ଶପଥ ନେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ।

କାଲି ସଂଧ୍ୟା ଛଅଟାରେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ ସେଠାରେ ଠିଆ ହୋଇ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଦେଇ ଏକ ମିନିଟ ନିରବ ପ୍ରାର୍ଥନା ସହ କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଓଡ଼ିଶାରେ ଆରୋଗ୍ୟ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ। କୋଭିଡ୍‌ ଯୁଦ୍ଧରେ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ ।

ରାଜ୍ୟରେ ମୃତ୍ୟୁ ହାର ୦.୫୭ ପ୍ରତିଶତ ରହିଛି ଯାହା ସାରା ଦେଶ ଠାରୁ ସବୁଠାରୁ କମ୍‌। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍‌ ରହିଛି । ହଜାର ହଜାର କୋଭିଡ ଯୋଦ୍ଧାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ସେବା ଯୋଗୁ ଏହା ସମ୍ଭବ ହୋଇପାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.