କରୋନା ସଂକଟ ବେଳେ ବିରଜା ମନ୍ଦିର ସେବାୟତ କଲେ ରକ୍ତଦାନ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ମା ବିରଜା ମନ୍ଦିର ସେବାୟତଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଶୋକ ଦାସ ଫାଉଣ୍ଡେସନର ସହଯୋଗରେ ଆଜି ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଉଦଘାଟନ କରିଥିଲେ ।

BLOOD-1

କୋରୋନା ଆତଙ୍କ ଭିତରେ ରକ୍ତ ସଂକଟ ଦୂର କରିବା ଉଦ୍ଦେଶ୍ୟରେ ମନ୍ଦିର ସେବାୟତମାନେ ଏଭଳି ଏକ ମହତ୍ କାର‌୍ୟ୍ୟ କରିଛନ୍ତି । ଏହି ଶିବିରରେ ୫୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇତିଲା । । କାର‌୍ୟ୍ୟକ୍ରମରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ଥିଲେ । ସେବାୟତମାନଙ୍କର ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 

Leave A Reply

Your email address will not be published.