Below header

ରାଜ୍ୟରେ ଆଜି କରୋନାରୁ ୧୦,୮୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ  ଆଜି କରୋନାରୁ ୧୦୮୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୫୬୭୩୮୨ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ଵିଟ୍ ଯୋଗେ  ସୂଚନା ଦିଆଯାଇଛି।


ଆଜି ସୁସ୍ଥଙ୍କ ମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାରୁ ୧୫୫୯ ଓ ସୁନ୍ଦରଗଡ ଜିଲ୍ଲାରୁ ୧୪୪୦ ଜଣ ସୁସ୍ଥ ହୋଇଛନ୍ତି।  ସେହି ପରି  କଟକ ଜିଲ୍ଲାରୁ ୮୮୩, ଅନୁଗୋଳରୁ ୫୫୨, ସମ୍ବଲପୁରରୁ ୪୫୫, ବରଗଡରୁ ୪୧୧, ମୟୂରଭଞ୍ଜରୁ ୩୮୫, ମାଲକାନଗିରିରୁ ୩୬୮, ନୟାଗଡରୁ ୩୪୭,  ପୁରୀରୁ ୩୩୩, ଗଞ୍ଜାମରୁ ୩୧୧, ବାଲେଶ୍ଵରରୁ ୩୦୩, ନୂଆପଡାରୁ ୩୦୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.