ଖୋର୍ଦ୍ଧା: ୧୫ ଦିନ ଧରି ସୁରକ୍ଷା ବଳୟରେ ଥିବା ମାଇ ଅଜଗର ଦେଲା ଅଣ୍ଡା, ଗାଁ ଲୋକଙ୍କ ମୁହଁରେ ଖୁସି

ଖୋର୍ଦ୍ଧା(କେନ୍ୟୁଜ୍):  ବନ ବିଭାଗ, ଗ୍ରାମବାସୀ ଓ ସ୍ନେକ ହେଲପଲାଇନର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ୧୫ ଦିନ ଧରି ଯେଉଁ ଅଜଗର ସାପ ଓ ତାର ଅଣ୍ଡାକୁ ଗ୍ରାମବାସୀମାନେ ସୁରକ୍ଷା ଦେଇ ଆସୁଥିଲେ, ସେହି ସାପ ଆଜି ଗାତରୁ ପଦାକୁ ବାହାରିଛି । ଖୋର୍ଦ୍ଧା ବ୍ଲକ ମଲ୍ଲିପୁର ପଂଚାୟତର ଗଡ଼ନିଆଳ ଗ୍ରାମ୍ୟ  ଜଙ୍ଗଲ  ନିକଟରେ ଅଜଗର ସାପଟି ଅଣ୍ଡା ଦେବା ପର ଠାରୁ ଗ୍ରାମବାସୀମାନେ କିଭଳି ମା ଅଜଗର ଓ ଛୁଆ ସୁରକ୍ଷିତ ଭାବେ ଉଦ୍ଧାର ହେବେ, ସେନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପଟେ ସାପଟି ପାଣି ପିଇବାକୁ ବାହାରକୁ ଆସି ପୁର୍ନବାର ଗାତକୁ ନଯାଇ ଗାତ ପାଖରେ ଜଗି ରହିଥିବା ଦେଖିବାକୁ ମିଳିଛି ।

 ଅଜଗର ସାପ ଓ ତା’ର ଅଣ୍ଡାର ସୁରକ୍ଷା ପାଇଁ ଦିନରାତି ଏକ କରିଦେଇଛନ୍ତି ଖୋର୍ଦ୍ଧା ବ୍ଲକ ମଲ୍ଲିପୁର ପଂଚାୟତର ଗଡ଼ନିଆଳ ଗ୍ରାମବାସୀ । ବନ ବିଭାଗର କର୍ମଚାରୀ ଓ ସ୍ନେକ ହେଲପଲାଇନର ସଦସ୍ୟମାନେ ମଧ୍ୟ ଅଜଗର ସାପର ସୁରକ୍ଷିତ ମାତୃତ୍ୱ ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଆଜି ସକାଳୁ ସାପଟି ପାଣି ପିଇବାକୁ ବାହାରକୁ ଆସିଥିବା ବେଳେ, ବନ ବିଭାଗ କର୍ମଚାରୀମାନେ ସାପକୁ ଦେଖି ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ଶୁଭେନ୍ଦୁ ଘଟଣା ସ୍ଥଳରେ ପହଂଚି ପ୍ରଥମେ ଗୋଧି ଓ ଅନ୍ୟାନ୍ୟ ସରିଶୃପ ପାଇଁ ବିଛା ଯାଇଥିବା ଜାଲକୁ କାଢି ଦେଇଥିଲେ । ତେବେ ସାପଟି ଗାତରୁ ବାହାରିବା ପରେ ଏହାର ଲମ୍ବ ୧୨ଫୁଟ ହେବ ବୋଲି ଅନୁମାନ କରିଛନ୍ତି ସ୍ନେକ ହେଲପଲାଇନର ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ । ସେହିପରି ଗାତରେ ୪୦ରୁ ଉର୍ଦ୍ଧ ଅଣ୍ଡା ରହିଛି ଓ ଗୋଟିଏ ଗୋଟିଏ ଅଣ୍ଡା ୩ଇଂଚ ଲମ୍ବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମଲ୍ଳିକ । ଯଦି ସାପଟି ପୁର୍ନବାର ଗାତ ଭିତରକୁ ନଯାଏ, ତେବେ ବିଶେଷଜ୍ଞ ଓ ପ୍ରାଣି ଚିକିତ୍ସକଙ୍କ ପରାମର୍ଶ ଅନୁଯାଇ ସାପ ଓ ଅଣ୍ଡାକୁ ପ୍ରଥମେ ଉଦ୍ଧାର କରି ପରିବର୍ତୀ ପଦକ୍ଷେପ ନିଆଯିବ ।

python

ସମସ୍ତ ପ୍ରକାର ପ୍ରକ୍ରିୟା ସରିବା ପରେ ମାଆ ଅଜଗର ଓ ତା ଛୁଆର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ପରେ ଜଂଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ମଲ୍ଲିପୁର ଗ୍ରାମ୍ୟ ଜଂଗଲରେ ଗ୍ରାମବାସୀଙ୍କ ସୁରକ୍ଷାରେ ଯଦି ଅଣ୍ଡାରୁ ଛୁଆ ଠିକ୍ ଭାବେ ବାହାରିବ, ତେବେ ଏହା ଓଡ଼ିଶାରେ ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.