Below header

ଭୁବନେଶ୍ୱରରେ ପୁଣି ୧୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୭ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬ଟି ଲୋକାଲ୍‌ କଣ୍ଟାକ୍ଟ କେସ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ୧୩ ନୂଆ ପଜିଟିଭ୍‌ ଚିହ୍ନଟ । ୨୪ ଘଣ୍ଟା ଭିତରେ ରାଜଧାନୀରୁ ୧୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬ଟି ଲୋକାଲ୍‌ କଣ୍ଟାକ୍ଟ କେସ୍‌ । ତେବେ ଏହି ୧୩ ଜଣଙ୍କ ଭତରୁ ପାତ୍ରପଡା ଅଞ୍ଚଳର ଜଣେ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୨ ଜଣ ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏମାନେ ଦିଲ୍ଲୀରୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ମିଳିଛି ।

covidଅନ୍ଯପଟେ ଟଙ୍କପାଣି ଅଞ୍ଚଳର ଜଣେ ଚହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ଜଣଙ୍କ ନିକଟରେ ଝାଡଖଣ୍ଡରୁ ଫେରିଥିଲେ । ସେହିପରି ଚିନ୍ତାମଣିଶ୍ୱର ଅଞ୍ଚଳରେ ଜଣେ ମହାରାଷ୍ଟ୍ରରୁ ଫେରିଥିବାବେଳେ , ଓଲ୍ଡ ଟାଉନ୍‌ ଅଞ୍ଚଳର ଜଣେ ପଶ୍ଚିମବଙ୍ଗରୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ ।

ଡୁମୁଡୁମା ଅଞ୍ଚଳର ଜଣେ, ୟୁନିଟ୍‌-୪ ଅଞ୍ଚଳର ୨ ଜଣ, ସାଲିଆସାହି, ଆଇଗିଣିଆ ଓ ଲକ୍ଷ୍ମୀସାଗର ଅଞ୍ଚଳର ଚିହ୍ନଟ ହୋଇଥିବା ଜଣଙ୍କର ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ତେବେ ଆକ୍ରାନ୍ତଙ୍କ ପଡୋଶୀ ଘରର ସଦସ୍ୟଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ଏହା ସହ ସଂପୃକ୍ତ ଅଞ୍ଚଳକୁ ବିଶୋଧନୀକରଣ କରାଯାଉଛି ।

ଅପରପକ୍ଷେ ବିଏମ୍‌ସି ଅଞ୍ଚଳରେ ମୋଟ୍‌ ୮୧ ଜଣ ଆକ୍ରାନ୍ତ ହୋଇଛନ୍ତି । ୫୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ରହିଛି ୨୭ । ସେହିପରି ତିନି ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.