ଭୁବନେଶ୍ବରରୁ ଆଉ ୩୮ ପଜିଟିଭ୍ : କ୍ୱାରେଣ୍ଟାଇନ୍‌ରୁ ୨୬ ଓ ଲୋକାଲ କଣ୍ଟାକ୍ଟରୁ ୧୨ଟି କେସ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩୮ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୬ ଓ ଲୋକାଲ କଣ୍ଟାକ୍ଟ ୧୨ଟି କେସ୍‌ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ କଳିଙ୍ଗ ବିହାରରୁ ଜଣେ, ପୋଖରୀପୁଟ୍‌ରୁ ଜଣେ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨ ଜଣ, ଗଙ୍ଗନଗରରୁ ୩ ଜଣ, ନିଳାଦ୍ରୀବିହାରରୁ ୩ ଜଣ ଓ ନୟାପଲ୍ଲୀ ଏନ୍‌-୫ରୁ ଜଣେ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ୱାରେଣ୍ଟାଇନ୍‌ରୁ ବରମୁଣ୍ଡାରୁ ଜଣେ, ଶାସ୍ତ୍ରୀ ନଗରରୁ ଜଣେ, ବିଜେବି ନଗରରୁ ୩ ଜଣ, ଶୈଳଶ୍ରୀ ବିହାରରୁ ଜଣେ ଚିହ୍ନଟ ହୋଇଛନ୍ତି । ଘରୋଇ ହସ୍ପିଟାଲରୁ ୪ ଜଣ, ସରକାରୀ ହସ୍ପିଟାଲରୁ ଜଣେ, କେଦାର ଗୌରୀରୁ ଜଣେ, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ ଜଣ ରହିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ଆକ୍ଟିଭ୍‌ କେସ୍‌ ୩ଶହ ପାର କରିଛି । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ହୋଇଛି । ୮ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ତେବେ ବର୍ତ୍ତମାନ ଭୁବନେଶ୍ୱରରେ ୩୧୭ଟି ଆକ୍ଟିଭ୍‌ କେସ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.