Below header

ହସ୍ପିଟାଲରୁ ଫେରାର ହୋଇଗଲେ ୫ ଜଣ କରୋନା ସନ୍ଦିଗ୍ଧ, ଏବେ ପୁରା ସହରକୁ ଛାନଭିନ କରୁଛି ପୋଲିସ

ଚୀନରେ ପ୍ରାୟ ତିନି ମାସ ପୂର୍ବରୁ ଆସିଥିବା କରୋନା ବର୍ତ୍ତମାନ ଭାରତର ଚିନ୍ତା ବଢ଼ାଇ ଦେଇଛି । ଭାରତରେ କରୋନା ସଂକ୍ରମିତ ରୋଗୀ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ଏଥିରେ ପ୍ରାୟ ୮୨ ଜଣ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ତେବେ ଏହା ମଧ୍ୟରେ ଖବର ଆସିଛି ଯେ ମହାରାଷ୍ଟ୍ରର ନାଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କରୋନା ଭାଇରସର ପାଞ୍ଚ ଜଣ ସନ୍ଦିଗ୍ଧ ହସପିଟାଲରୁ ଫେରାର ହୋଇଯାଇଛନ୍ତି । ବିଳମ୍ବିତ ରାତିର ଏହି ଘଟଣା ପରେ ସହରରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ରୋଗୀମାନଙ୍କୁ ଖୋଜି ବାହାର କରିବାକୁ ଚେଷ୍ଟା କରାଯାଉଛି ।

ସୂଚନା ଅନୁଯାୟୀ ନାଗପୁରର ଇନ୍ଦିରାଗାନ୍ଧୀ ଗଭର୍ନମେଣ୍ଟ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ କରୋନା ଭାଇରସର ୫ ଜଣ ସନ୍ଦିଗ୍ଧ ଫେରାର ହୋଇଯାଇଛନ୍ତି । ଏ ବିଷୟରେ ସୂଚନା ଦେଇ ନାଗପୁର ପୋଲିସ ଷ୍ଟେସନର ଉପ-ନୀରିକ୍ଷକ ଏସ୍ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଏମାନଙ୍କ ଭିତରୁ ଜଣକର ଟେଷ୍ଟ ନେଗେଟିଭ ଆସିଥିଲା । ଏବେ ବାକି ଲୋକଙ୍କର ରିପୋର୍ଟର ଅପେକ୍ଷା କରାଯାଇଥିଲା। ସେ କହିଛନ୍ତି, ଆମେ ସେ ସମସ୍ତଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିବୁ ଓ ହସ୍ପିଟାଲ ଫେରାଇ ଆଣିବୁ ।

ତେବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତ ୧୭ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ ଏହି ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି ଏବଂ ୧,୩୪,୩୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନା ଭାଇରସ କବଳରେ ଆସି ଭାରତରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହାସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୨ରେ ପହଂଚିଛି । ଆମେରିକାରେ ଏବେ ଆପାତକାଳୀନ ଘୋଷଣା ମଧ୍ୟ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.