Below header

ବିସ୍ମୟ ବାଳିକା ଗୁରସିନ୍, ଯିଏ କର୍ଷିଭ୍ ରାଇଟିଂରେ ହାସଲ କଲେ ଏସିଆ ବୁକ୍ ଅଫ୍ ରେକର୍ଡ

ଝାରସୁଗୁଡା(କେନ୍ୟୁଜ୍): ତୁଳସୀ ଦୁଇ ପତ୍ରରୁ ବାସେ ଅର୍ଥାତ୍ ଯଦି କାହା ପାଖରେ କୌଣସି କଳା ରହିଛି ତାହା ଆପେ ଆପେ ଲୋକଲୋଚନକୁ ଆସିଥାଏ । ଖାଲି ଏଥିପାଇଁ ନିଜ ଭିତରେ ଇଚ୍ଛା ଏବଂ ଆତ୍ମବିଶ୍ବାସ ଥିବା ଦରକାର । ତେବେ ଏମିତି ଏକ ପ୍ରତିଭାର ଅଧିକାରୀ ହେଉଛନ୍ତି ଝାରସୁଗୁଡାର ୪ବର୍ଷର ବିସ୍ମୟ ବାଳିକା ଗୁରସିନ୍ କୌର ଚାୱଲା ।

writeନିକଟରେ ଝାରସୁଗୁଡାର ଏମିତି ଆଉ ଏକ କୁନି ଝିଅ ନିଜର ପ୍ରତିଭାକୁ ନେଇ ଲୋକଲୋଚନକୁ ଆସିଥିଲେ। ଯିଏ ଆଖିରେ ପଟି ବାନ୍ଧି ନିର୍ଭୁଲ ଭାବେ ତିନି ସେକେଣ୍ଡରେ A ଟୁ Z ଲେଟର ଲାପଟପରେ ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ । କିନ୍ତୁ ଏବେ ଗୁରସିନ୍ କୌର ଯିଏ କର୍ଷିଭ୍ ରାଇଟିଂରେ ଲେଖି ଏସିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି । ଗୁରସିନ୍ ଘଣ୍ଟାଏ ସମୟ ବାହାର କରି ଅତି ସୁନ୍ଦର ଭାବେ କର୍ଷିଭ ରାଇଟିଂ ଲେଖି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।

familyଛୁଆଟି ଦିନରୁ ତାଙ୍କର ଏହି କଳା ଦେଖି ବାପା ମା ଆଶ୍ଚର୍ଯ୍ଯ ହୋଇଯାଇଥିଲେ । ଏନେଇ ସେ ଝିଅକୁ ପ୍ରଶିକ୍ଷଣ ଦେବାପରେ ଆଜି ସେ ରେକର୍ଡର ଅଧିକାରୀ ହୋଇପାରିଥିବାରୁ ପରିବାର ଲୋକେ ବେଶ୍ ଗର୍ବ ଅନୁଭବ କରୁଥିବା ସହ ତାଙ୍କର ଏହି କଳା କିପରି ଦେଶ ବିଦେଶରେ ପରିଚିତ ହେବ ସେଥିପାଇଁ ତାଙ୍କୁ ଆହୁରି ପ୍ରଣିକ୍ଷଣ ଦେଉଥିବା କହିଛନ୍ତି।

asia book of recordଚାରି ବର୍ଷର ଏହି ବିସ୍ମୟୀ ବାଳିକା ଗୁରସିନ୍ ଯେଉଁଭଳି ଭାବରେ ନିଜର ପ୍ରତିଭା ଅନ୍ବେଷଣ କରି ସଫଳତା ଅର୍ଜନା କରିଛନ୍ତି ଏହା ଅନ୍ଯମାନଙ୍କ ପାଇଁ ଉଦାହରଣ ପାଲଟିଛି । ତାଙ୍କର ଏହି ସଫଳତା ଝାରସୁଗୁଡା ସମେତ ସାରା ଓଡିଶା ପାଇଁ ଏକ ଗୌରବର ବିଷୟ ।

ଝାରୁସୁଗୁଡାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.