Below header

କ୍ରୀଡା ଜଗତରେ କରୋନା: IPL ବନ୍ଦ ହେଲେ ୩୫୦୦ କୋଟି କ୍ଷତି ସହିବ ବିସିସିଆଇ

କରୋନା ଭାଇରସ ସଂକ୍ରମଣ କାରଣରୁ ବିସିସିଆଇ ଆଇପିଏଲର ୧୩ଶ ସଂସ୍କରଣକୁ ପ୍ରାୟ ଦୁଇ ସପ୍ତାହ ଅର୍ଥାତ୍ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି। ତେବେ ଏହି ସମୟ ମଧ୍ୟରେ କରୋନା ଭାଇରସ କାୟା କମ୍ ହେଉଛି କି ନାହିଁ, ଏହା ଉପରେ ବିସିସିଆଇ ନଜର ରଖିଛି। ଯଦି ଏପ୍ରିଲ୍ ୧୫ ତାରିଖ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣକୁ ନଆସେ, ତାହେଲେ ଆଇପିଏଲକୁ ବାତିଲ୍ କରାଯାଇପାରେ।

ipl

ଏଭଳି ସ୍ଥିତିରେ ଯଦି ଆଇପିଏଲ୍ ବାତିଲ ହୁଏ, ତାହେଲେ ବିସିସିଆଇକୁ କେତେ କ୍ଷତି ସହିବାକୁ ପଡିବ। ବିସିସିଆଇକୁ ୩୫୦୦ କୋଟି ଟଙ୍କାର କ୍ଷତି ହେବା ସହ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ସ୍ପନସରଶିପ୍, ମିଡିଆ ରାଇଟ୍ସ, ଫ୍ରାଞ୍ଚାଇଜି ରେଭିନ୍ୟୁ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ବିପୁଳ କ୍ଷତି ହୋଇପାରେ। ସମସ୍ତ ଫ୍ରାଞ୍ଚାଇଜକୁ ବୋର୍ଡ ପ୍ରସାରଣ ରେଭିନ୍ୟୁ ବାବଦରେ ୧୦୦ କୋଟି ଟଙ୍କା ମିଳିଥାଏ। ଏହା ସହିତ ସେଣ୍ଟ୍ରାଲ ସ୍ପନସରସିପ୍‌ରେ ସେୟାର ମଧ୍ୟ ମିଳିଥାଏ। ଯଦି ଆଇପିଏଲ୍‌ ବନ୍ଦ ହୁଏ ତେବେ ଫ୍ରାଞ୍ଚାଇଜ ଏହିସବୁ ଜିନିଷରୁ କ୍ଷତି ସହିବ। ବିମାନ ସଭା ଏବଂ ହୋଟେଲ ସେବାରୁ ପାଖାପାଖି ୫୦ କୋଟି ଟଙ୍କା କ୍ଷତି ସହିବାକୁ ହେବ। ଆଠଟି ଫ୍ରାଞ୍ଚାଇଜ ସହିତ ଜଡିତ ୬୦୦ ଚାକିରି ମଧ୍ୟ ପ୍ରଭାବିତ ହେବ।

i

ଆଇପିଏଲର ୧୨ ବର୍ଷ ଇତିହାସ ମଧ୍ୟରେ ଦ୍ୱିତୀୟ ଥର ଟୁର୍ଣ୍ଣାମେଣ୍ଟକୁ ଅନ୍ୟ ଦେଶରେ ଆୟୋଜିତ କରିବାକୁ ପଡିଥିଲା, କିନ୍ତୁ କେବେ ବି ରଦ୍ଦ ହୋଇନଥିଲା। କେନ୍ଦ୍ର ସରକାର ଙ୍କ ବିଦେଶୀ ଖେଳାଳୀଙ୍କ ଭିସାକୁ ନେଇ ମଧ୍ୟ ଫ୍ରାଞ୍ଚାଇଜଙ୍କ ମୁସ୍କିଲ ବଢିଯାଇଛି। ବିଦେଶୀ ଖେଳାଳୀମାନେ ୧୫ ଏପ୍ରିଲ ସନ୍ଧ୍ୟା ପର୍ଯ୍ୟନ୍ତ ଭାରତ ଆସିବା ଉପରେ ପ୍ରତିବନ୍ଧକ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.